Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Arjuni charan Behera

Inspirational Others

4  

Arjuni charan Behera

Inspirational Others

ଚଳନ୍ତିବିଷ୍ଣୁ ହେ ପ୍ରଣତି ଘେନ

ଚଳନ୍ତିବିଷ୍ଣୁ ହେ ପ୍ରଣତି ଘେନ

1 min
277



ଠାକୁର ରାଜା ହେ ଠାକୁର ରାଜା l

     ସରବେ ଉତ୍କଳୀ ତୁମ୍ଭ ପରଜା ll

ଉତ୍କଳ ସମ୍ରାଟ ଜଗତ ନାଥ l

     ତାହାଙ୍କର ତୁମ୍ଭେ ବଡ଼ ସାମନ୍ତ ll

ମହାବାହୁଙ୍କର ଅଟ ରାଉତ l

     ସେବକ ପଣରେ କିଏ ସମର୍ଥ ll

ତୁମ୍ଭ ପାଇଁ ଦିନେ ଜଗା ବଳିଆ l

   କରବାଳ ହସ୍ତେ ହୋଇଲେ ଠିଆ ll

ଉତ୍କଳର ମାନ ରକ୍ଷଣେ ହରି l

   ପଥରେ ଭେଟିଲେ ମାଣିକା ନାରୀ ll

ଦହି ପିଇ ବନ୍ଧା ଦେଇ ମୁଦ୍ରିକା l

    କାଞ୍ଚିରେ ବାନ୍ଧିଲେ ଜୟ ପତାକା ll

ଦର୍ପିଷ୍ଠ ଅରିକୁ ଦର୍ପରେ ହାଣି l

   ଉତ୍କଳେ ଆସିଲେ ମାଆ ତାରିଣୀ ll

ସାକ୍ଷୀ ରହିଛନ୍ତି କାଞ୍ଚି ଗଣେଶ l

     ବକୁଳ ବନରେ ଶ୍ରୀରାଧା ଇଶ ll

ଗଙ୍ଗାଠାରୁ ଗୋଦାବରୀକୁ ବ୍ୟାପି l

     ଉତ୍କଳ ସାମ୍ରାଜ୍ୟ ଥିଲ ପା ଥାପି ll

ଲକ୍ଷେ ରାଜାଙ୍କର ମଉଡ଼ ମଣି l

      ଦକ୍ଷିଣୁ ହରିଲ ଶାଲ୍ୱ ଦୁଲଣୀ ll

ବଡ଼ ସେବା ତୁମ୍ଭ ଛେରା ପହଁରା l

     ବିଖ୍ୟାତ ହୋଇଛି ଜଗତ ସାରା ll

ଜଗତକୁ ଅଛ ଏହା ଶିଖାଇ l

     ଈଶ୍ୱରଙ୍କ ଠାରୁ ବଡ଼ କେ ନାହିଁ ll

ହେଲେ ଚକ୍ରବର୍ତ୍ତୀ ରାଜା ସମ୍ରାଟ l

      ପ୍ରଭୂ ପାଦତଳେ ସରବେ ନତ ll

କନା ପଡ଼ି ଅଛି ଉଡ଼ି କର୍ପୂର l

     ବଡ଼ ସିନା ମୋର ପ୍ରଭୂ ପୟର ll

ଚଳନ୍ତି ବିଷ୍ଣୁ ହେ ପ୍ରଣତି ଘେନ l

     ସୌମ୍ୟ ବପୁ କାନ୍ତି ସୁଦରଶନ ll

ମହାପ୍ରଭୁଙ୍କର ଆଦ୍ୟ ସେବକ l

      ମଣିମା ମଣିମା ପଡ଼ିଛି ଡାକ ll

         


Rate this content
Log in

Similar oriya poem from Inspirational