STORYMIRROR

Sunanda Mohanty

Drama Action Others

3  

Sunanda Mohanty

Drama Action Others

ଚଳଚ୍ଚିତ୍ର

ଚଳଚ୍ଚିତ୍ର

1 min
195


ଜୀବନ ସାରଣୀ ଅନେକ କାହାଣୀ

କିଏ କୋଉ ଚରିତ୍ର

କିଏ ସେ ନାସ୍ତିକ କିଏ ସେ ଆସ୍ତିକ

ପରଦାର ଚଳଚ୍ଚିତ୍ର l

ଜୀବନର ବାଟ କେବେ ବହୁଦୂର

ମିଳନ୍ତି ଅନେକ ମଇତ୍ର

ଜୀବନର ପଥ ପାଥେୟ ସ୍ୱରୂପ

ଜଳଛବିରେ ଚିତ୍ରିତ l

ଜୀବନ ନାଟକ ରଙ୍ଗମଞ୍ଚ ପରାଏ

ବେଶ ପୋଷାକ ବିଚିତ୍ର

ବେଳ ବୁଡ଼ିଗଲେ ଖେଳ ସରିଗଲେ

ପାପ ପୁଣ୍ୟ ସମାଦୃତ l

ଜୀବନ ଜଞ୍ଜାଳ ଭିତରେ ଯାତ୍ରା

ହୁଏ ଆଦୃତ କି ଅନାଦୃତ

ନାଟକର ସବୁ ଦୃଶ୍ୟରାଜି ପରି

ଅଭିନୟ ସଚିତ୍ର l

କେତେ ଅବସ୍ଥା ବ୍ୟବସ୍ଥା ଅବବ୍ୟସ୍ଥା

ଭିତରେ ଜୀବନ ଚଳଚ୍ଚିତ୍ର

ହରି ଙ୍କୁ ଭରଷା କରି ମାରିଲେ କାତ

ଲାଗିବ ନିଶ୍ଚୟ ଆଶ୍ବସ୍ତ l

ପଥ ବହୁଦୂର ସହଯାତ୍ରୀ ଭାବ ପ୍ରୀତି

ଆଗରୁ ସ୍ଥିରୀକୃତ

କିଏ କହେ ବଡ କିଏ ଜିଣେ ଗଡ

ଶେଷ ଅଙ୍କ ହେବାଯାଏଁ ସମାପ୍ତ l


Rate this content
Log in

Similar oriya poem from Drama