STORYMIRROR

Papu parida

Drama Classics Others

3  

Papu parida

Drama Classics Others

ଆତ୍ମଚିନ୍ତନ

ଆତ୍ମଚିନ୍ତନ

1 min
211

କୌରବଙ୍କ ଦୁର୍ଯ୍ୟୋଧନ ନା

 ତୁ ପାଣ୍ଡବଙ୍କ ଅର୍ଜୁନ

କେମିତି ବଞ୍ଚିବୁ କହ 

ତୋର ଏହି ଜୀବନ।


 ଅଯୋଧ୍ୟାର ରାମ ତୁ ନା 

ଲଙ୍କାଗଡର ରାବଣ

ତୁଚ୍ଛରେ ମରିବୁ ନା ତୁ 

ସାଜିବୁ ଜଣେ ଉଦାହରଣ।

        

ସ୍ୱର୍ଗର ଦେବତା ନା ତୁ 

ପାତାଳର ରାକ୍ଷସ

ରହିଯିବୁ ଅଧାବାଟେ ନା 

ଆଗକୁ ବଢିବୁ କରିଦେଇ ସାହସ।       


ସୁରକ୍ଷା ଦେଉଥିବା ସେବକ ନା ତୁ 

ଶିକାର କରୁଥିବା ଶିକାରୀ

ସ୍ୱାଭିମାନତାକୁ ବଞ୍ଚିରଖିବୁ ନା 

ଆନ୍ତରିକତା କୁ ଦେବୁ ମାରି।

        

ଶାନ୍ତିର ବିହଙ୍ଗ ନା ତୁ 

ଆତଙ୍କର ତାଣ୍ଡବ

କେଉଁ ପଥ ବଞ୍ଚିବୁ ତୁ

 ଦେ ଥରେ ଜବାବ।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Drama