ରାଜରାସ୍ତାର ବରଷା ରାତି
ରାଜରାସ୍ତାର ବରଷା ରାତି
ଆନନ୍ଦ ନେଉଥିଲୁ ଝିପିଝିପି ବର୍ଷାର
ଆମେ ଦୁହେଁ ପ୍ରେମୀ ଯୁଗଳ
ହାତେ ହାତ ଛନ୍ଦି ବୁଲୁଥିଲୁ
ସାଙ୍ଗରେ ପାଦର ତାଳ ।
ରାଜରାସ୍ତା ଥିଲା ଜନଶୂନ୍ୟ
ଅନ୍ଧକାର ସହ ସୁଲୁସୁଲିଆ ପବନ
କାଁ ଭାଁ କେଉଁଠି କେମିତି
ଦିଶୁଥିଲା ଯାତ୍ରୀଙ୍କ ଗମନା ଗମନ ।
ହଠାତ୍ ପଛରୁ ଶୁଭିଲା ଦିଦି
ଦିଦି ରହି ଯାଅ ଟିକେ
ପଛକୁ ମୁହଁ ବୁଲେଇ ଦେଖିଲି
ପିଲାଟିଏ ଗୋଲାପ ଧରିଛି ଥୋକେ ।
ନେହୁରା ହେଲା ଆମ ଦୁହିଁଙ୍କୁ
ଗୋଲାପଟିଏ ମୋଠାରୁ ନିଅ
ବରଷା ଯୋଗୁଁ ଆଜି କିଛି ବିକିନି
ଗୋଟାଏ ନେଇ ଦଶ ଟଙ୍କା ଦିଅ ।
ପିଲାଟିକୁ ଦେଖି ଆମେ ହେଲୁ ଛାନିଆ
ବରଷାରେ ଏମିତି ଭିଜୁଛୁ କିଆଁ
ତମେ ପଇସା ଦେଲେ ନେବି କିରୋସିନି
ଜେଜେ ମା' ଲଗାଇବ ଡିବିରି ନିଆଁ ।
ହତବାକ୍ ହେଲୁ ଶୁଣି ତା କଥା
ପିଲାଟି କହିଲା ମୁହିଁ ଅନାଥ
ବନ୍ଧୁ ମୋର ବଢାଇଲେ ଫୁଲକୁ ହାତ
କିଣି ନେଲେ ସେ ଫୁଲ ସମସ୍ତ ।
କହିଲୁ ତା'କୁ ବାବୁ ଆସ ଆମ ସାଥିରେ
କିଛି ଖାଦ୍ୟ କିଣି ଦେଲୁ ତା ହାତେ
ବଢ଼ାଇ ଦେଇ କହିଲୁ ଘରକୁ ଯାଇ
ଖାଇବ ଦୁହେଁ ଜେଜେ ମାଆ ସାଥେ ।