STORYMIRROR

Salila Sarangi

Drama Others

4  

Salila Sarangi

Drama Others

ଆଜିର ନାରୀ

ଆଜିର ନାରୀ

1 min
349


ଆଜି ନାରୀ ନୁହେଁ ଅସୂର୍ଯ୍ୟା°ପଶ୍ୟା

ଅଵଳା ଅବା ଦୁର୍ଵଳା

ସମୟ ଚକ୍ରର ମୂଖ୍ୟ ସ୍ରୋତରେ ସେ

ଅଗ୍ରଗଣ୍ୟା ସୁସଫଳା।୧।


ଦିନ ଥିଲା ଯେବେ ନିଷ୍ପେସିତ, ଘୃଣ୍ୟ

ଜୀବନ ଵିତାଉଥିଲା

ପୁରୁଷ ପ୍ରଧାନ ସମାଜ ଆଖିରେ

ଅସ୍ତିତ୍ବ ହରେଇ ଥିଲା।୨।


ବର୍ବରତାର ସେ ଶିକୁଳି ମଧ୍ୟରୁ

ଆଜିର ନାରୀ ଯେ ମୁକ୍ତ

ବିଭିନ୍ନ କ୍ଷେତ୍ରରେ ସ୍ବ ପ୍ରତିଭା ଵଳେ

ସ୍ଥାନ ତାହାର ସ୍ଵତନ୍ତ୍ର।୩।


ବିଜ୍ଞାନ ପ୍ରଯୁକ୍ତି, ଶାସନ ସୁରକ୍ଷା

ଶିକ୍ଷା ଓ ସେଵା କ୍ଷେତ୍ରରେ

ଆଜିର ନାରୀ ଯେ ସ୍ଵୟଂ ସିଦ୍ଧ ହୋଇ

ଉଡେ ଆକାଶ ମାର୍ଗରେ।୪।


ପୁରୁଷ ହାତରେ ଖେଳନା କଣ୍ଢେଇ

ଆଜି ନାରୀ ଆଉ ନାହିଁ

ଇଚ୍ଛା ମୁତାବକ ନଚାଇ ସାରିଲେ

ଭାଙ୍ଗି ଫିଙ୍ଗି ଦେଵ ନେଇ।୫।


ନାରୀ ଶକ୍ତିମୟୀ ମମତାମୟୀ ସେ

କରୁଣାର ପାରାବାର

ପ୍ରତ୍ୟେକ ସଫଳ ବ୍ୟକ୍ତିର ପଛରେ

ହାତ ଯେ ଥାଏ ନାରୀର।୬।


ନାରୀ ସର୍ବସ°ହା ଜଗତ କଲ୍ୟାଣୀ

ନାରୀ ସୃଷ୍ଟି ସଂହାରିଣୀ

ତାର ସ୍ଵାଭିମାନ ଯେବେ ହୁଏ କ୍ଷୁର୍ଣ୍ଣ

ରକ୍ତରେ ଭିଜେ ଧରଣୀ।୭।

     


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Drama