STORYMIRROR

Banasmita Panda

Drama Classics Inspirational

3  

Banasmita Panda

Drama Classics Inspirational

ମନ ନାଚେ ଦେଶ ପାଇଁ

ମନ ନାଚେ ଦେଶ ପାଇଁ

1 min
212


ଆଜି ଅଗଷ୍ଟ ପନ୍ଦର

ନାଚୁଛି ମନ

ନାଚୁଛି ତନ

ଆହଃ କି ସୁନ୍ଦର 

ଭାରତ ମାତା ଧ୍ୱଜ 

ଏ ହୃଦୟର ହୃଦୟ ସହ ସମାଗମ 

ପ୍ରେମର, ପ୍ରୀତିର 

ଖୋଲା ହୃଦୟର 

ଆକାଶ ହସୁଛି ଆଜି

ହସେ ଆଜି ବାଦଲ 

ଖେଳେ ଦୋଳି ପ୍ରତିଟି ମନ 

ଧଳା ଛିଟ ଚଦରରେ

ଶୋହେ ଗଗନ

ସୁରୁଜ ମନରେ ଖୁସି

ଉଜ୍ଜଳତା ରେ ଭରା ଭରା

କେତେ ରକମର ରଙ୍ଗରେ ରଙ୍ଗିତ

ତରଙ୍ଗାୟିତ କିରଣ ତାର

ସୁରୁଜ ବସି ହସୁଛି ଆଜି

ଖରା, ତାତି ଛାଡି ଦେଇଛି

ନାଚୁଛି ଦିନ

ନାଚେ ଆମ ତ୍ରିରଙ୍ଗା

ଗାଈ ସହିଦଙ୍କ ଗାଥା 

କେତେ ଯବାନଙ୍କ ଆଶା 

ସହିଦ ପାଇଁ ଆଜି

ସ୍ୱାଧୀନ ଦେଶର ବାସୀ ଆମେ

ଇଂରେଜ ଯାଇଛି ହଟି

କି ପକା, କି ମାଟି 

ଘରେ ଘରେ ମୂରୁଜ, ଝୋଟି

ଦୁଃଖୀ ଦରିଦ୍ରଙ୍କ ମୁଖେ

ଦିଅ ହେ ଅନ୍ନ

ଭାରତ ମାତାର ଆଶା

କର ପୂରଣ 

ପୁତ୍ର ହେବାର ଦିଅ ପରିଚୟ 

କାହା ପେଟ ଚାଖଣ୍ଡେ

ନ ରହୁ ଅପୁରଣ

ଏତିକି ରହୁ ସଂକଳ୍ପ ଆମର !



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Drama