STORYMIRROR

kamal kumar dash

Children Stories Drama Children

3  

kamal kumar dash

Children Stories Drama Children

ମୁଁ ଗଧି ହେବି

ମୁଁ ଗଧି ହେବି

1 min
234


ମୋ ଶାଳୀ ଇଞ୍ଜିନିଅର ଓ ତା ପତି ଡାକ୍ତର | ତାର ଗୋଟିଏ ବୋଲି ଝିଅ ନାଁ ମିକି ,ସେ  ଭାରି ଚଗଲି | ବାପା ଶାନ୍ତଶିଷ୍ଟ କୁ ମା ରାଗି | ଝିଅ କେବେ ବାପା ପଟେ ତ କେବେ ମl ପଟେ | ଅଜା ଆଇ କି ଜେଜେକଥା ହେଲେ ,ସେ ବାପା ମା ଦିଜଣଙ୍କ ନାଁରେ କମ୍ପ୍ଲେନ କରେ , କହେ " ମୋ ସାଥିରେ କେହି ଟିକେ ଖେଳୁ ନାହାନ୍ତି , ଖାଲି ମୁହଁ ବଡ଼ କରି ବସୁଛନ୍ତି | ଅଜା ହସି ଦିଅନ୍ତି ଓ କହନ୍ତି ତୋ ମା ଏଠି କୁ ଆସିଲେ ମୁଁ ତାକୁ ଦଶ ଥର ବସ ଉଠ କରାଇବି | ସେବି ହସିଦିଏ ଓ ମାମା କୁ କହେ ତୁ ମୋ ଉପରେ ରlଗୁଚୁ ନା, କଟକ ଗଲେ ଅଜା ତତେ ପନିଶମେନ୍ଟ  ଦେବେ | ମିକି କ୍ଲାସ ୱାନ ରେ ପଢେ | କାରଣ ପାଇଁ ତାକୁ ଘରୁ ସବୁ କ୍ଲାସ କରିବାକୁ ପଡେ , ପଢା ସାଥିରେ ଡ୍ରଇଁ ଡ୍ୟାନ୍ସ କ୍ଲାସ,ଅବକାଶ ଓ ଚେସ ଅନ ଲାଇନ କରିବାକୁ ପଡେ, ଖେଳିବାକୁ ଟାଇମ ନଥାଏ | ଶନିବାର ରବିବାର ହେଲେ ସେ ଉଠେନି ଏ0ତା ଯାଏଁ | ତାକୁ ତା ମାମା ରlଗେ ଓ କହେ ପାଠ ନପଢିଲେ ତୁ ଡାକ୍ତର କି ଇଞ୍ଜିନିଅର ହୋଇ ପାରିବୁନି ,ଗୋଟେ ଗଧି ହେବୁ | ସେଇ କଥା ଟl ତା ମନରେ ବସି ଗଲା | ସେ ତା ମା କୁ କହିଲା ଗଧି ହେଲେ ଭାରି ବଢିଆ ପାଠ ପଢିବାକୁ ପଡ଼ିବନି କି ଡାକ୍ତର ହେବାକୁ ପଡ଼ିବନି , ବାବା ନ୍କ ପରି ନାଇଟ ଡିଉଟି ରହିବନି, କି ତୋ ଭଳି ଜବ ରହିବନି | |

  ଦିନେ ଅଜା ଫୋନ ରେ ପଚାରିଲେ ତୁ ବଡ଼ ହେଲେ କଣହେବୁ ? ସେ କହିଲା ଅଜା ,ମୁଁ ଗଧି ହେବି, ଗଧି ହେଲେ ଭାରି ବଢିଆ ପାଠ ପଢିବାକୁ ପଡ଼ିବନି କି ଡାକ୍ତର ହେବାକୁ ପଡ଼ିବନି | ମୁଁ ଗଧି ହେବି ସକାଳୁ ଲେଟରେ ଉଠିବି ଓ ଟିଫିନ ଖାଇ ଖେଳିବି | 



Rate this content
Log in