STORYMIRROR

Sushree prangya Mohapatra

Abstract Drama Inspirational

3  

Sushree prangya Mohapatra

Abstract Drama Inspirational

ଆମ ଗାଁ ରେ ସକାଳ

ଆମ ଗାଁ ରେ ସକାଳ

1 min
198

ସିନ୍ଦୁରା ଫାଟିଲେ ପୁରୁବାକାଶେ 

        କାଉ ର ଡାକ ଶୁଭେ

ଭାଡ଼ି ରେ ଥାଇ ବୁୁଢା ଗଞାଟି

      କକର କଅ ରାବେ

ପଖି କୁୁଜନେ ଉଠନ୍ତ ଲୋକେ

      ସଅଳ ସଅଳ ହୋଇ

କିଚିରି ମିଚିରି ଶବ୍ଦରେ ନିିତି 

       ନାଚି ଜାଏ ଗାଁ ଭୂଇଁ

ନବବଧୂ ଟି ସେଜ କୁ ଛାଡି

       ତରଭର ଖାଲିି ହୁଏ

ବାସି ପାାଇଟି ଝପଟି ସାରିି

       ଗାଧୋଇ ବାକୁ ଯାଏ

ଗାଧୋଇ ସାରି ଝପଟି ଆସେ

        ଘରକୁ ଧାଇଁ ଧାଇଁ

ବାଡ଼ିରେ ଥିିବା ଶଶୂୂର ବାପା କୁ 

        ଚାଆ ନେଇ ଜାଏ ଦେଇ

ପିଣ୍ଡା ଧାରରେ ବୁଢ଼଼ା଼ ବୁୁଢ଼ିଏ 

         ଘସୁଥାନ୍ତ ଦାନ୍ତ କାଠି

ପାଣି ନୋଟା ତାଙ୍କ ପାଖରେ ଥାଏ

         ଖରା ଖାଉଥାଏ ପିଠି

ସନିିିଆ ଭାଈ ର କଅଁଳ ବାଛୂରୀ

         ମଝି ଦାଣ୍ଡରେ ଧାଏଂ

ପବନ ବେଗେ ଲାଗୁୁଡ ଟେକିି

         ଡେଇଁ ଡେଇଁ ଜାଉଥାଏ

ଚାଷୀ ଭାଇଟିି ବିିଲକୁ ଜାଏ

          ବଳଦକୁ ହଳେ ଯୋଖି

ଉଚ୍ଚ ଗଛ ର ବସାରେ ଥାଇ

          ଗୀତ ଗାଉଥାଏ ପଖି

ଠାକୁର ଘରୁ ମହକ ଆସେ 

          କସ୍ତୁରୀ, ଚନ୍ଦନ, ଧୂପ

ଘର ଭିତରେ ଶାନ୍ତି ମାଉସୀ

           କରୁଥାଏ ଜପ ତପ

ସକାଳ ପହରେ ଗାଈ ଗୂହାଳେ

           ଖିର ଦୂହା,ଧୂଆଁ ଦିଆ

ନଡ଼଼ି଼ିଗଛ ଖୋଲରେ ଥାଇ

           ହସୁଥାଏ ଟି ଟିଆ

ଟିଉସନ ଘରେ ପିିଲାମାନେ ଯେ

           ପଢନ୍ତି ବସି ପାଠ

ମାଛ ଖାଇବା ଆଶା ରେ ବଗ

           ଜଗିିିଥାଏ ଟି ତୁଠ

ଗାଁ ମନ୍ଦିରେ ସକାଳ ବେଳା

           ଘଣ୍ଟି ଶବଦ ଶୁଭେ

ଗୀତା ପାଠ ପୁଣି ବେଦର ଧ୍ବନିି

           ଶୂଭଇ କେବେ କେବେ

ଘାସ ଉପରେ କାକର ବିିନ୍ଦୁ

            ମୁୁକତା ପରି ସେ ଦିିଶେ

ଉଚ୍ଚ ପରବତ ଉପରେ ଥାଇ

            ସୂୂରୁଜ ଦେବତା ହସେ

କରମ କ୍ଷେତ୍ର କୁ ଯାଆନ୍ତି କେତେ

            ତରଭର ଖାଲି ହୋଇ

ଗାଁ ଦାଣ୍ଡ ରେ ଖେଳନ୍ତିି ପିିଲେ

             ଏପଟ ସେପଟ ଧାଇଁ

ପ୍ରକ୍ରୁତି ରାଣିି ଶୋଭା କୁୁ ଦେଖି

            ହସୁଥାଏ ଦିବା, ନିଶି

ଗାଁ ଶୋଭାକୁୁ ଦେଖିଲେ ସଭିିିଙ୍କ

            ମନ ପରା ଉଠେ ହସି

ଏଇ  ଆମର ଗାଁ ସକାଳ

            ଶୋଭା ତାର ମନୋହର

ଯେତେ ଦୁୁରରେ ଥିଲେ ବିି ସତେ

             ସେ କରେନି ଆମକୁ ପର



Rate this content
Log in

Similar oriya poem from Abstract