STORYMIRROR

Papu parida

Drama Classics Others

3  

Papu parida

Drama Classics Others

ସାହାଯ୍ୟପ୍ରାପ୍ତ ପାଠଗାର

ସାହାଯ୍ୟପ୍ରାପ୍ତ ପାଠଗାର

1 min
254


ସର୍ବ ମଙ୍ଗଲ ମାଙ୍ଗଲୟେ ଶିବେ ର୍ସବାର୍ଥ ସାଧିକେ

ସରଣ୍ୟେ ତ୍ରୟମ୍ବକେ ଗୌରୀ ନାରାୟଣୀ ନମସ୍ତୁତେ।


ପାଠାଗାର ଆମ ପାଠାଗାର

ସାହାଯ୍ୟପ୍ରାପ୍ତ ପାଠାଗାର।


କହେ କଥା ସେ ଉନ୍ନତିର

କହେ କଥା ସେ ପ୍ରଗତିର

କହେ କଥା ସେ ଭାତୃତ୍ୱର

କହେ କଥା ସେ କୃତିତ୍ୱର


ଭାଇଚାରା ଏବଂ ସାହାର୍ଯ୍ୟର ଭାବ

ପରିପୂର୍ଣ୍ଣ ଅଛି ଦେହେ ଯା'ର............


ପାଠାଗାର ଆମ ପାଠାଗାର

ସାହାଯ୍ୟପ୍ରାପ୍ତ ପାଠାଗାର।


ଅଶୀ ଦଶକର ସଙ୍ଘ ଏ ଆମର

ସାହାସରେ ଭରା କାହାଣୀ ତା'ର

ଗ୍ରାମବାସୀ ସୁଖେ ଦୁଃଖରେ ହାଜର

ମଦବନ୍ଦକରି କଲେ ଖୁସିର ସଞ୍ଚାର।


ଗୋଟିଏ ମାଆର ସନ୍ତାନ ଯେ ଆମେ 

ନାହିଁ ମତାନ୍ତର ମନାନ୍ତର.............


ପାଠାଗାର ଆମ ପାଠାଗାର

ସାହାଯ୍ୟପ୍ରାପ୍ତ ପାଠାଗାର।


ଶିକ୍ଷା ଉନ୍ନତିରେ ସର୍ବଦା ଚେଷ୍ଟିତ

ଗ୍ରାମ ସ୍ୱଚ୍ଛତାର ନେଲେ ଯେ ଦାୟିତ୍ବ

ଗରିବର ହକ ପାଇଁ ଆମେ ହିଁ ଲଢ଼ିବା

ସଭିଙ୍କ ସାଥିରେ ଆଗକୁ ବଢିବା।


ଛୋଟ ବଡ କିଛି ଭେଦଭାବ ନାହିଁ

ସବୁ ଜାତି ଏଠି ଏକାକାର............


ପାଠାଗାର ଆମ ପାଠାଗାର

ସାହାଯ୍ୟପ୍ରାପ୍ତ ପାଠାଗାର।


କଳା ସଂସ୍କୃତିର ଜାତୀୟ ପ୍ରୀତିର

ବିକାଶ ଲାଗି ହିଁ ପ୍ରୟାସ ଆମର

ଦକ୍ଷତା ନ ରହୁ ହୋଇ ଅଗୋଚର

ହେଉ ଜ୍ଞାନସୀମା ଜଗତେ ପ୍ରସାର


ପ୍ରତିଯୋଗିତାରେ ସହଯୋଗୀପଣ

ଶିରେ ଆର୍ଶୀବାଦ ମାଆ ଦୁର୍ଗାଙ୍କର..........


ପାଠାଗାର ଆମ ପାଠାଗାର

ସାହାଯ୍ୟପ୍ରାପ୍ତ ପାଠାଗାର।




ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Drama