STORYMIRROR

Kali Kumar

Abstract Drama Tragedy

3  

Kali Kumar

Abstract Drama Tragedy

ଦିନେ ଯାଇଥିଲି ଗାଁ ବୁଲିକି

ଦିନେ ଯାଇଥିଲି ଗାଁ ବୁଲିକି

1 min
244

ଦିନେ ଯାଇଥିଲି ଗାଁ ବୁଲିକି

ଦେଖିଲି;

ଗାଁ ନାଁ ଛାଡ଼ି, ସବୁ ତ ଯାଇଛି ଚୁଲି କି

ଦିନେ ଯାଇଥିଲି, ଗାଁ ବୁଲିକି ।।


ବିକାଶ ପଥରେ ଆଗେଇ ମୋ ଗାଁ

କେତେ କଥା ସବୁ କରୁଛି

ଦଳ ଦଳ ହୋଇ ଯୁବ ଗୋଷ୍ଠୀ ଆମ

ଗାଁ ବିକାଶ ପାଇଁ କି ଲଢ଼ୁଛି

ଆଉ ରାତି ହେଲି ! ଆଉ ରାତି ହେଲେ !

କିଏ ପାଣିରେ ତ ପୁଣି, ପୁଣି

କିଏ ଏଠି ଧୂଆଁ ଧୂଆଁରେ ଉଡ଼ୁଛି

ଆମ ଗାଁ କାଳେ ବିକାଶ ଧାରାରେ ମାତିଛି 

ଆମ ଗାଁ କାଳେ ବିକାଶ ଧାରାରେ ମାତିଛି ।।


ମାତିବାଟା ତାଙ୍କ ଇମିତି ମାତିଛି

ଏବେ ଗାଁ କଲଚର, ଗାଁ ସଭ୍ୟତା ଭୃକୁଟି ଭୃକୁଟି ଗନ୍ଧୁଚି

ଆଉ ଗାଁ ଶବ୍ଦ ଛାଡ଼ି, ସହରୀ ଶବଦ କହୁଛି

ସହରୀ ଶବଦ ନ କହିଲେ ଅବା, 

ତାଙ୍କ ସଭ୍ୟତା କି ଆଗେ ଗଡ଼ୁଛି

ଆଉ କଥା କଥାରେ, ବାଦ ପ୍ରତିବାଦେ, 

ଖାଲି ଦି' ଅକ୍ଷିରି ଚାରି ଅକ୍ଷିରି ଉଡ଼ୁଛି

ଏବେ ଘରର ମା' ଭଉଣୀ ଏଁ 

ନିତି , ତୁଣ୍ଡ ଆଉ ଦାଣ୍ଡରେ ପୂଜା ପାଉଛି 

ଆମ ଗାଁ କାଳେ ବିକାଶ ଧାରାରେ ମାତିଛି 

ଆମ ଗାଁ କାଳେ ବିକାଶ ଧାରାରେ ମାତିଛି ।।


ବିକାଶ ନାଁ ରେ ଗାଁ ଚକରେ 

କିଛି ଦୋକାନ ସଂଖ୍ୟା ବଢ଼ିଛି

ଭାଗବତ ଟୁଙ୍ଗି ମାଟିରେ ମିଶିକି

କ୍ଲବ୍ ଘରଟି ବୀଜପତ୍ର ଦ୍ୱୟ ଛାଡ଼ିଛି

ସନ୍ଧ୍ୟା ହେଲେ ସେଠୁ, 

DJ ସାଉଣ୍ଡ, ସୁରା ଆଉ ସିଗାରେଟ ବାସ୍ନା

ବାୟୁମଣ୍ଡଳରେ ଭାସୁଛି

ଆମ ଗାଁ କାଳେ ବିକାଶ ଧାରାରେ ମାତିଛି ।।


ଏଇ ଏବେ ଏବେ , ସରପଞ୍ଚ କାଳେ 

ଆମ ଗାଁ କୁ 'ଆଦର୍ଶ ଗ୍ରାମ ଯୋଜନା' ରେ ମିଶେଇବା ପାଇଁ

ସବୁ ପ୍ରକାର ପ୍ରସ୍ତୁତି କରିଛି

ସୂଚନା ଓ ସୂଚୀ ସବୁ ଉପର ସ୍ତରକୁ ଯାଇଅଛି, ବୋଲି 

ସେଦିନ ପଲ୍ଲୀ ସଭାରେ ଡ଼ାକବାଜି ଯନ୍ତ୍ରରେ ଦମ୍ଭେ ବହାସ୍ଫଟ ମାରିଛି

ଆମ ଗାଁ କାଳେ ବିକାଶ ଧାରାରେ ମାତିଛି 

ଆମ ଗାଁ କାଳେ ବିକାଶ ଧାରାରେ ମାତିଛି ।। 


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract