STORYMIRROR

DAYANAND SABAR

Drama Fantasy Others

3  

DAYANAND SABAR

Drama Fantasy Others

ମନେ ପଡୁଅଛି (ସ୍ମୃତି)

ମନେ ପଡୁଅଛି (ସ୍ମୃତି)

1 min
207


ମନେ ପଡୁଅଛି ଗାଁ କଥା ସବୁ

ମନେ ପଡୁଅଛି ପିଲା ଦିନ

ମନେ ପଡୁଅଛି ମୋ ପ୍ରିୟାର କଥା

ଭାରି ଭଲ ତା ସରଳ ମନ ।


ମନେ ପଡୁଅଛି ନଇଁ ତୁଠ କଥା

ମନେ ପଡୁଅଛି ସାଙ୍ଗ ମେଲ

ମନେ ପଡୁଅଛି ଗାଁ ବରଗଛ 

ସେଠି ଖେଳୁଥିଲୁ କେତେ ଖେଲ ।


ମନେ ପଡୁଅଛି ବାପାର ଶରଧା

ମନେ ପଡୁଅଛି ମାଆ ର ଗେଲ

ମନେ ପଡୁଅଛି ସେ ଫଲ ବଗିଚା

ଝାରି ଖଉ ଥିଲୁ ମାରି ମାରି ଢେଲ ।


ମନେ ପଡୁଅଛି ଗାଁ ସ୍କୁଲ କଥା

ମାଡ଼ ଖାଉଥିଲୁ କେତେ

ମିଛ କହି ସ୍କୁଲ ନ ଗଲେ 

ବାପା ପିଟୁଥିଲେ ମତେ.।


ମନେ ପଡୁଅଛି ଅଜାଆଇ ର ଗପ

ମନେ ପଡୁଅଛି ଗାଁ ପର୍ବ

ସବୁଠୁ ସୁନ୍ଦର ମୋ ଗାଁ ଭୂଇଁ 

ତା ପାଇଁ କରେ ମୁଁ ଗର୍ବ ।



Rate this content
Log in

Similar oriya poem from Drama