STORYMIRROR

Prabhati Mahapatra

Drama Tragedy Classics

3  

Prabhati Mahapatra

Drama Tragedy Classics

ଭକ୍ତି

ଭକ୍ତି

1 min
264

ଆସ ପ୍ରଭୁ ହେ ବଂଶୀଧାରୀ

ପ୍ରତୀକ୍ଷାରେ ପ୍ରାଣ ହେଉଛି ଘାରି

ଆସ ପ୍ରଭୁ ହେ ବଂଶୀଧାରୀ ( ଘୋଷା )

ତୁମେ ନରଖିଲେ   କିଏସେ ରଖିବ

ଜଗତରେ କିଏ ଅଛି ଏପରି 

ଆସ ......

ଭକ୍ତି ଭାବ ହୃଦୟେ ଧରି 

ଧ୍ରୁବ ଜପେ ଆହେ ମୁରାରି

କେଉଁ ଆଡେ ଗଲ   ଶୁଣ ମୋର ଡାକ

ଏ ଜୀବନ ପରା ତୁୁୁମରି ହରି 

ଆସ .....

ବହୁ ଦୂରୁ କର୍ଣ୍ଣକୁ ଡେରିି

ମୃଗୁଣୀକୁ ବିପଦୁୁ ତାରି

ପାଷାଣୀ ଅହଲ୍ୟା ମୁକ୍ତି ପାଇ ଗଲା

ତୁମେ ପରା ନେଲ ଭକ୍ତ ବିଚାରି

ଆସ .......

ଭକତର ନାଶି ବଇରି

ନେତ୍ରୁ ପୋଛ ଲୋତକ ବାରି

ମୋ ନୟନ ଜଳ ଭାଙ୍ଗେ ବେନି କୁଳ

ତୁମେ କି ବୁୁଝନା କୁୁଞ୍ଜ ବିହାରୀ

ଆସ .......

ରହସ୍ୟରେ ମୋ ପ୍ରାଣ ଭରି

ନିଦ ମୋର କରିଲ ଚୋରି

ନିତି କ୍ଷୀର ସର ସେବନ ଯାହାର

ଏଥିରେ କି ପେଟ ପୁରେ ତାହାରି

ଆସ .......

ଭକ୍ତି ଅର୍ଘ୍ୟ କର ରେ ଧରି

ଆସିଛି ମୁଁ ତୁମକୁ ବରି

କେଉଁ ଅପରାଧେ ଦଣ୍ଡୁୁୁଛ ହେ ନାଥ

ଶୁଖିଲା ନଦୀରେ ଲଗାଇ ତରି 

ଆସ ......

ପ୍ରଭାତୀ ଯେ ଦୀନ ଭିିିକାରି

ତୁୁୁୁମକୁ କି ହୋଇଲା ଭାରି

ପାପି ବୋଲି ଭାବି ମୁୁଁହ ବୁଲାଇଲ

ତୁମ ନାମେ ଯାଉ ଜୀବନ ସରି

ଆସ ପ୍ରଭୁ ହେ ବଂଶୀଧାରୀ ।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Drama