STORYMIRROR

Alaka Dash

Drama Tragedy

3  

Alaka Dash

Drama Tragedy

ଭିନ୍ନ ଏକ ତପସ୍ୱିନୀ

ଭିନ୍ନ ଏକ ତପସ୍ୱିନୀ

1 min
223

ନାରୀ ଜୀବନର ପବିତ୍ର 

ପରମ ଧର୍ମ ର ପରାକାଷ୍ଠା 

ସୁକ୍ଷ୍ମ ପରିଚାୟକ, 

ସତୀତ୍ୱ, ପତିବ୍ରତା 

କିନ୍ତୁ ,

ପରିସ୍ଥିତିରେ ସେ ସାଜେ 

ଅନ୍ୟ କିଛି, 

ନିଜର ଇଚ୍ଛା ଅନିଚ୍ଛା କୁ 

ଯୁପ କାଷ୍ଠ ରେ ବଳି ଚଢାଇ, 

ଲୁହ, କୋହକୁ ଔଦାସୀନକୁ 

ଚାପି ରୁଦ୍ଧ କୋଠରୀରେ 

ସତୀତ୍ୱ ଧର୍ମ କୁ 

ଯୌବନର ଲେଲିହାନ 

ଶିଖାରେ ଜଳାଇ ଦିଏ 

ତା ସ୍ୱପ୍ନର ଷଠି ଘର, 

ନିଜେ ପାଲଟିଯାଏ 

ପାନ୍ଥଶାଳା !

ଅଅଛିଣ୍ଡା ଅଂକ ର ସୂତ୍ରଟିଏ, 

ରାତିକ ଅତିଥିକୁ କାମଦେବ ମଣି 

ନିଜେ ରତି ଦେବୀ ସାଜି 

ଅର୍ଘ୍ୟ ଥାଳି ଧରି କରେ ଆମନ୍ତ୍ରଣ, 

ଲତା ଟିଏ ହୋଇ ଲଟେଇ ଯାଏ 

ଅଜଣା ପୁରୁଷ ଅଙ୍ଗନେ, 

ନିବିଡ଼ ଆତ୍ମିୟତା ର 

ପ୍ରିତୀ ପ୍ଲାବନରେ 

ଯୌବନର ଭରା ସୁଅରେ 

ଭସେଇ ଦିଏ 

ହଜେଇ ଦିଏ, 

କାମାନ୍ଧ ଯୁବକକୁ, 

ପ୍ରିତୀର ପରିଭାଷାକୁ 

ରସାଣିତ କରି ବାସ୍ନାୟିତ 

ମଳୟରେ ଭିଜାଏ 

ତନୁ ମନ ,

କାମନା, ବାସନା, ଲାଳସା ର 

ହର୍ମ ବେଦିରେ ପୂର୍ଣ୍ଣ ସମର୍ପଣରେ 

ଆହୁତି ଦିଏ ଯୌବନର 

ସଂଚିତ ଭୋଗ୍ୟ ବସ୍ତୁ 

ପୁରୁଷାର୍ଥ କୁ ଚରିତାର୍ଥ କରାଏ 

ପୂର୍ଣ୍ଣତା ଆଣିଦିଏ କାମନାର ତୃପ୍ତିରେ, 

ସହାସ୍ୟ ବଦନରେ 

ଅର୍ପି ଦିଏ କୁମାରୀତ୍ବ 

ରତିଦେବୀଙ୍କୁ ଆରାଧନା କରି 

ମନ୍ତ୍ର ସିଦ୍ଧ କରି 

ପୂର୍ଣ୍ଣ କରେ ଜପମାଳା 

ଅନ୍ୟ ଏକ ତପସ୍ୟା ର ସାଜି 

ତପସ୍ୱିନୀ !!


Rate this content
Log in

Similar oriya poem from Drama