STORYMIRROR

BAIRAGI CHARAN SAHOO

Abstract Others

3  

BAIRAGI CHARAN SAHOO

Abstract Others

ଚଳଚ୍ଚିତ୍ର

ଚଳଚ୍ଚିତ୍ର

1 min
184

ଉଦାସ ମନକୁ ଲାଘବ ଆଶାରେ 

 ଦେଖୁ ଆମେ ଚଳଚ୍ଚିତ୍ର 

କଳାକାର ବନ୍ଧୁ ନିଖୁଣ ଚରିତ୍ର 

 ମନେ ଦିଏ କେତେ ଚିତ୍ର 

ସମାଜର ସୁଖ ଦୁଃଖ.....

ଲେଖକ ରଚନା ନିର୍ଦ୍ଦେଶକ କଳା

 ତୋଳେ ଅଭିନୟ ଭେକ ।୧ ।

ଚଳଚ୍ଚିତ୍ରର ସେ ପ୍ରତିଟି ଚରିତ୍ର 

 ଦେଖୁ ପରିବାର ମିଳି 

ବାପ ପୁଅ ମାଆ ଭଉଣୀ ସହିତ 

 ଏକତ୍ରରେ ସବୁ ମିଳି 

ଅଟେ ସେଇ ଚିତ୍ର କଳା....

ଭରପୁର ତହିଁ ବାର୍ତ୍ତା ରହିଥାଏ 

 ଗୁଣାତ୍ମକ ଚାରୁକଳା ।୨ ।

ଆଜିର ଦିନରେ ନାହିଁ ସେହି କଳା 

 କହିବାକୁ ଲାଗେ ଲାଜ 

ନଗ୍ନ ଆଭୂଷଣେ ଚାଲେ ଅଭିନୟ 

 ପରିବାରେ ଦିଏ ଲାଜ 

ସଂସ୍କୃତିର ଅବକ୍ଷୟ.....

ପାଶ୍ଚାତ୍ୟ ଭଙ୍ଗୀରେ ଚାଲେ ଅଭିନୟ 

 ଏହି ତାର ପରିଚୟ ।୩।

କଳାତ୍ମକ ଲେଖା ସଞ୍ଜମ ଭୂଷଣ

 ଶିକ୍ଷା ବାର୍ତ୍ତା ସମାଜକୁ

ରହିଥିଲେ ସିନା ଚଳଚ୍ଚିତ୍ର ଦେବ 

 ଆମୋଦ ଆମ ମନକୁ 

କଳାଟି ସଦା ସୁନ୍ଦର......

ପାଇବ ଆଦର ଚଳଚ୍ଚିତ୍ର ମାନ 

 ଥିଲେ ଆଦର୍ଶ ସଂସ୍କାର ।୪ ।



Rate this content
Log in

Similar oriya poem from Abstract