Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Arjuni charan Behera

Inspirational

3  

Arjuni charan Behera

Inspirational

ଚକୁଳିଆ ପଣ୍ଡା

ଚକୁଳିଆ ପଣ୍ଡା

1 min
417


ଧରମ ମାସ କାର୍ତ୍ତିକ ଅତି ପୂଣ୍ୟମୟ l

ଧରମଦାଣ୍ଡେ ବୁଲୁଛୁ ଆମ୍ଭେ ପଣ୍ଡାପୁଅ ll

ଶ୍ରୀକ୍ଷେତ୍ରରୁ ଆସିଅଛୁ ଦୁଇଗୋଟି ଭେଣ୍ଡା l

କାଳିଆ ବଳିଆ ଆମେ ଚକୁଳିଆ ପଣ୍ଡା ll

ମୁହିଁ ଜଗନ୍ନାଥ ଭାଈ ବଳରାମ ଜାଣ l

ଭିକ୍ଷାକରି ବାଣ୍ଟୁଅଛୁ ଜଗତେ କଲ୍ୟାଣ ll

କାନ୍ଧରେ ପଇତା ଆମ କପାଳରେ ଚିତା l

ରୁଦ୍ରାକ୍ଷ ମାଳା ହାତରେ ବରଡ଼ାର ଛତା ll

ପଣ୍ଡା ପୁଅ ଥାଳେ ମାଆ ଦାନ ଦେଇଯିବ l

ଦାନ ଦିଆଇବ ମାତା ଦେ ପଦ ବୋଲିବ ll

ନାରାୟଣ ବିଷ୍ଣୁ କୃଷ୍ଣ ଗୋବିନ୍ଦ ଗୋପାଳ l

ଦୟା ରଖି ଥିବେ ସଦା ପ୍ରଭୁ ଆଦିମୂଳ ll

ଅଚ୍ୟୁତ କେଶବ ଗଦାଧର ଦାମୋଦର l

ଘଣ୍ଟଘୋଡ଼ାଇ ରଖିବେ ଶରଣ ସୋଦର ll

ବଂଶୀଧାରୀ ଗୋପୀନାଥ ପ୍ରଭୁ ରାଧାକାନ୍ତ l

ବାଙ୍କ ବିହାରୀ ସହାୟ ଥାନ୍ତୁ ଜଗନ୍ନାଥ ll

ଅଣାକାର ନିରାକାର ପ୍ରଭୁ ନିରଞ୍ଜନ l

ଦାରିଦ୍ର୍ୟ ହରନ୍ତୁ ପ୍ରଭୁ ଦାରିଦ୍ର୍ୟ ଭଞ୍ଜନ ll

ତଣ୍ଡୁଳ ସାଥେ ପଣ୍ଡାକୁ ଦେବ ଆଣି ସଞ୍ଜା l

ଆଶୀର୍ବାଦ ଦେବେ ପ୍ରଭୁ ଶକଟର ଭଞ୍ଜା ll

କାର୍ତ୍ତିକରେ ରାଇ ଦାମୋଦରଙ୍କୁ ପୂଜିବ l

ପିତୃଙ୍କ ଅର୍ଥେ ଆକାଶ ପ୍ରଦୀପ ଜାଳିବ ll

ବାଲୁକା ପୂଜିବ ପୁଣି ପୂଜା କୃତ୍ତିବାସ l

ଏକାଳେ ଅନନ୍ତଶଯ୍ୟା ବିଷ୍ଣୁଙ୍କ ନିବାସ ll

କାର୍ତ୍ତିକର ସମ ପୂଣ୍ୟ ମାସ ନାହିଁ ଆଉ l

ଭିକ୍ଷାଦିଅ ପଣ୍ଡା ପୁଏ କ୍ଷେତ୍ର ଫେରିଯାଉ ll

ତୁଣ୍ଡେ ରଖିଥିବ ହରି କଣ୍ଠେ ରାମନାମ l

ସିନ୍ଧୁଜା ବଲ୍ଲଭ ପ୍ରଭୁ ଜାନକୀ ରମଣ ll

ନୀଳାଦ୍ରି ଶିଖରେ ବିଜେ ଜଗତଠାକୁର l

ଚତୁର୍ଦ୍ଧା ମୂରତି ସଦା ସ୍ମର ନିରନ୍ତର ll



Rate this content
Log in

Similar oriya poem from Inspirational