STORYMIRROR

Sambit Srikumar

Abstract Tragedy Classics

4  

Sambit Srikumar

Abstract Tragedy Classics

ଚିଟଫଣ୍ଡ୍

ଚିଟଫଣ୍ଡ୍

1 min
223


ମୁଁ' କ୍ଷତିଗ୍ରସ୍ତ ଚିଟଫଣ୍ଡ୍ ଜମାକାରୀ

ବିଧି ବାମ ହେତୁ ସାଜିଛି ଆଜି

ଦୁନିଆ ବଡ଼ଦାଣ୍ଡର ଭିକାରୀ

କରିବି କାହା ଆଗେ ଗୁହାରି?

ସଭିଏଁ ତ ହରିଲୁଟରେ ଭାଗୁଆଳୀ

ଯୌଥ ଉଦ୍ୟୋଗରେ ଅଂଶଧନଧାରୀ

କରି ପରସ୍ବ ହରଣ କେଳେଙ୍କାରୀ

ଜୀଅଁନ୍ତି ଜୀବନ ମହାରାଜା ପରି!!

ମୁଁ' ସ୍ଵଳ୍ପ ବେତନଭୋଗୀ କର୍ମଚାରୀ

ଚାରି ପ୍ରାଣୀର ଅଭାବୀ ସଂସାର

ଆଜନ୍ମ ବେମାରିରେ ଯୁଝୁଛି ଭାର୍ଯ୍ୟା ମୋର

କନ୍ଯା ଉଚ୍ଚ ଶିକ୍ଷିତା ସୁଶ୍ରୀ ସୁକୁମାରୀ

ପୁତ୍ର ଯେ' ପ୍ରଚ୍ଛନ୍ନ ବେକାରୀର ଶୀକାର

କୋଟରଗତ ଆଖିରେ ମୋହର ଦେଖିଥିଲି

ଦିନେ ଚୁନା ଚୁନା ସ୍ବପ୍ନ ଅସୁମାରି

ତୋଳିବି ପକ୍କାଘରଟିଏ ରାଜଧାନୀର ଛାତିରେ

ଫଟଫଟି ସ୍କୁଟର ବଦଳେ କିଣିବି ଗୋଟେ କାର

ପୁଅର ଚାକିରି ସହିତ ଝିଅର ଭବ୍ଯ ବିଭାଘର

ଭାରିଜାର ସ୍ଥାୟୀ ଚିକିତ୍ସା ହୋଇବ ଜରୁର !!

ବଡ଼ ବିଶ୍ବାସରେ ଜୀବନ ଯାକର ସଞ୍ଚିତ

ଜମାପୁଞ୍ଜି ସବୁ ବାନ୍ଧିଥିଲି ଚିଟଫଣ୍ଡରେ

ଦିନ କେଇଟାରେ ହୋଇଥାନ୍ତା ଦ୍ବିଗୁଣିତ

ମାତ୍ର ଡୁବିଗଲା ଜାହାଜ ଅତଳଗର୍ଭରେ

ସବୁ ସ୍ଵପ୍ନ ମୋର ତାସଘର ପରି

ନିମିଷକେ ହୋଇଗଲା ଚୁରମାର

ବମ୍ବେ ଦିଲ୍ଲୀ କଥା ହୋଇଥିଲେ ଅବା

ଯାଇଥାନ୍ତି ଧାଇଁ ମୁଁ କୋର୍ଟ କଚେରୀ

ସରକାରୀ କଳର ଦୃଢ଼ ସହଯୋଗରେ

କାର୍ପଟଦାର ହୋଇଗଲା ଦେଶାନ୍ତରୀ

କଣ ଅବା ମୁଁ ଆଉ ପାରିବି କରି ??

ଶୁଣିବାକୁ ମିଳୁଛି କାଳେ ଲୁଟି କରି

ମୋ କଷ୍ଟାର୍ଜିତ ସ୍ବେଦ ରକ୍ତର ସମ୍ବଳ

କାର୍ପଟଦାର ଉଡ଼ାଉଛି ମୁକ୍ତ ହସ୍ତେ ଧନ

ପାପର ରାଜଧାନୀ ଦୁବାଇ ମହାନଗରୀ

ତହିଁ ସେ କରିଅଛି ଆତ୍ମ ଗୋପନ

ନିତି ଭେଟଇ ତାକୁ ରୂପସୀ ନାଗରୀ

ମଦିରା ମୁଜୁରାରେ କଟଇ ତାହାର ଜୀବନ

ମୁହିଁ ହତଭାଗ୍ୟ ମଥାପିଟି କରଇ କ୍ରନ୍ଦନ !



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract