STORYMIRROR

Gyanendriya Dash

Inspirational

4  

Gyanendriya Dash

Inspirational

ଚିଠିଟିଏ, ମୋ ବାପାଙ୍କୁ

ଚିଠିଟିଏ, ମୋ ବାପାଙ୍କୁ

1 min
400

ପୂଜ୍ୟ ପିତୃଦେବ ପରମ ଈଶ୍ୱର,

     ଘେନିବ ପ୍ରଣାମ ମୋର

ତେଇଶି ବରଷ ହେଲାଣି ବାପାଗୋ,

     ଚାଲିଗଲ ବହୁଦୂର ।


କେତେ ଅଳିଅଳେ ଲାଳନପାଳନ,

      କରୁଥିଲ କେତେ ଗେଲ

ଭକ୍ତି ଓ ସମ୍ମାନେ ଊଣା କଲି କିଗୋ,

      ମୋତେ ଛାଡ଼ି ଚାଲିଗଲ ।


ତୁମେ ଥିଲ ସ୍ୱର୍ଗ ତୁମେ ମୋ ଦେବତା,

      ତୁମେ ଥିଲ ମୋ ଦୁନିଆଁ

ତୁମ ପାଦଧୂଳି ମଥାରେ ଲଗାଇ,

      ପାଉଥିଲି ରାହା ନୂଆଁ ।


ଜୀବନ ଜଞ୍ଜାଳେ ନିତି ପ୍ରତିଦିନେ,

      ତୁମେ ପଥ ପ୍ରଦର୍ଶକ

ତୁମ ସ୍ନେହଶ୍ରଦ୍ଧା ତୁମ ଆଶୀର୍ବାଦେ,

      ଶୁଭୁଥାଉ ଗେହ୍ଲା ଡାକ ।


ଦେଇ ନ ଥିଲଗୋ ମୋ କୋମଳ ପାଦେ,

      ଗଡ଼ିବାକୁ ଏକ କଣ୍ଟା

ଅଭାବ କଷଣ ପାଇନାହିଁ କେବେ,

      ସଲଖାଇ ଦେଲ ଅଣ୍ଟା ।


ଦେଇଥିଲ ଯେଉଁ ସଂସ୍କାର ଓ ଶିକ୍ଷା,

      ତାକୁହିଁ ପାଥେୟ କରି

ଚାଲୁଛିଗୋ ବାପା ଆଗକୁ ଆଗକୁ,

      ତୁମକୁ ସ୍ମରଣ କରି ।


ତୁମ ଋଣ କେବେ ଶୁଝି ପାରିବିନି,

      ଘେନ ମୋ ପ୍ରାର୍ଥନା ଅଳି

ପାଦ ଛୁଇଁ ତୁମ ବିନତି କରୁଛି,

      ଧରି ଭକ୍ତି ଅର୍ଘ୍ୟଥାଳି ।


Rate this content
Log in

Similar oriya poem from Inspirational