STORYMIRROR

Samar Ballav Bhoi

Romance Tragedy Inspirational

4  

Samar Ballav Bhoi

Romance Tragedy Inspirational

ଚିଠି

ଚିଠି

1 min
225


ଚିଠି ଅଟେ ଅତି ପ୍ରିୟ ସବୁ ମଣିଷର

ପୁରାଣ ହେଉ ଅବା ଇତିହାସ

ଚିଠି ପତ୍ର ଥିଲା ଭାରି ଆଦର

ରାଜଦରବାରେ ରାଜାଙ୍କ ଆଗରେ 

ଚିଠି ଥିଲା ଭାରି ପ୍ରିୟ ଖବର

ଗୁପ୍ତଚର ମାନେ ଆଣି ଦେଉଥିଲେ ଉତ୍ତର

ଖବର ପାଇ ସଜାଗ ରୁହନ୍ତି ସୈନ୍ୟ ଦେଶର।।


ଛୋଟ ଅଟେ ସିନା ଚିଠିର ଶରୀର

ତା ହୃଦୟ ଆକାଶ ବହୁତ ବିସ୍ତାର

ଅଳପ ଲେଖା ରେ ବୁଝିଯାଏ ମନ 

ଅପେକ୍ଷାରେ ଥାଏ ସବୁ ସେ ଉତ୍ତର

ପ୍ରାଣପ୍ରିୟେ ହୃଦେ ଅପେକ୍ଷା ଦହନ

ବିଦେଶୀ ସ୍ୱାମୀର ଚିଠିର କାହାଣୀ 

ପାଇବାକୁ ଅପେକ୍ଷାରତ ସ୍ତ୍ରୀଙ୍କ ବିଭୋର

ବୁଢ଼ୀ ମା'ର ଚାତକ ଚାହାଣି ଭରି ରହିଥାଏ

ବିଦେଶୀ ଚାକିରି ପୁଅର ଚିଠିର ଉତ୍ତର

ଅପେକ୍ଷାର ଅନ୍ତ ଲୁଚି ରହିଥାଏ 

ସେହି ସବୁଜ ଶରୀରଧାରି ଚିଠି ଭିତର।।


ପ୍ରେମିକ ପ୍ରେମିକାଙ୍କ ଅନ୍ତର ଭାବନା

କରୁଥିଲା ଚିଠି କେତେ ଯେ ଭରଣା 

ଭରିଦିଏ ପ୍ରାଣେ ଅସୁମାରୀ ଖୁସି 

ଭୁଲିଯାଏ ପ୍ରିୟତମା ଦୁଃଖ ଓ ଯାତନା

ଚିଠିରେ ସାଇତି ରହିଯାଏ ସ୍ମୃତି

ପ୍ରେମ ରେ ହଜି ଯାଏନି କାହା ଠିକଣା।।


ଇତିହାସ କୋଳେ ଶୋଇଛି ସେ ଚିଠି ପତର

ମୋବାଇଲ ଆଜି ହଜାଇ ଦେଇଛି ତା ଆଦର

ଚିଠି ବଦଳେ ମୋବାଇଲ ମେସେଜ ସାଜିଛି ଅତି ନିଜର

ନିମିଷକେ ମିଳେ ସବୁ କଥାର ଉତ୍ତର।।



Rate this content
Log in

Similar oriya poem from Romance