STORYMIRROR

Bibhuti Bhusan Mohanty

Romance

3  

Bibhuti Bhusan Mohanty

Romance

ଚିଠି

ଚିଠି

1 min
218

ମୋ ପାଖେ ଆଜି

କାଗଜ ଅଛି, କଲମ ଅଛି 

ନୂଆ ଶବ୍ଦ, ଆବେଗ, ସମୟ ସବୁ ସାଇତିଛି ।


ଭାବର ଆଦ୍ୟ 'ତୁମ' ଠାରୁ 

ଲେଖାର 'ଅନ୍ତ' ମୋ ଠାରେ 

ଏଇତ ଚିଠି ଲେଖା ଆରମ୍ଭ କରୁଛି...।।


ଯାହା ଲେଖୁଛି , ପଢିବନି ଗୋ

ପଢିନେବ ; ଯାହା ଲେଖି ନ ପାରିଛି ।


ଯେଉଁ ଧାଡ଼ିଟିକୁ ପଢ଼ିବାକୁ

ତୁମେ ଏତେ ଦିନ କରିଛ ଅପେକ୍ଷା...

ସେହି ଧାଡ଼ିଟି 

ଏବେ ବି ଅବ୍ୟକ୍ତ , ଅଦୃଶ୍ୟ

ମୁଁ ପୂର୍ବରୁ ଥିଲି ଯେମିତି...

ଏବେ ବି ଅଛି ସେମିତି...

କିନ୍ତୁ ପ୍ରେମରେ କେବେ ବି କରିନି ତୁମକୁ ଉପେକ୍ଷା....!!


ତୁମେ ଖୁବ୍ ପଡ଼ୁଛ ମନେ

ଏହାର ଅର୍ଥ ମୁଁ ବି ଜାଣେ...

ମୁଁ ବି ତୁମକୁ ମନେ ପଡୁଥିବି....

କେହିଜଣେ ଆସି କହିଯାଏ ମୋର କାନେ...!!


ଏଇ !

ଏଥର ଅଧିକାର ଦେଲି

ଲେଖି ଦବ, ସେ ଅଲେଖା ଧାଡିକୁ

ଦୃଶ୍ୟ ଦେବ, ସେ ଅଦୃଶ୍ୟ ଶବ୍ଦମାନକୁ

ଭାବ ଦେବ, ସେ ଅବ୍ୟକ୍ତ ଅଭାବଟିକୁ।


ଏ ସବୁ ସାଉଁଟି ସାଉଁଟି

ଥରୁଟିଏ ଚିଠିଟିଏ ଲେଖିବ ମୋ ପାଇଁ ...

ତୁମ ଉତ୍ତରର ଅପେକ୍ଷାରେ

ମୋ ଚିଠି ଲେଖା ସାରୁଛି ।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Romance