STORYMIRROR

Sanuja Meghamala

Romance

3  

Sanuja Meghamala

Romance

ଚିଠି

ଚିଠି

1 min
172


ଭସା ମେଘ ଥରେ ଶୁଣି ଯା   

ସ୍ଥିର ହୋଇ ଟିକେ ସେଇ

ନୀଳ ଆକାଶ କୋଳେ ରହିଯା

ଚିଠି ଟେ ଲେଖୁଛି 

ବଡ଼ ସରଧା ରେ

ଅନ୍ତର ର ସବୁ

ପ୍ରେମ ଭରିଦେଇ

ଦୂର ରେ ଥିବା

ମୋ ପ୍ରିୟ ପାଖକୁ ।

ପ୍ରଥମ ପ୍ରେମ ର ପ୍ରଥମ ଚିଠି

ତୋ ହାତେ ଦେଉଛି

ଅନେକ ଭରସା ରଖି

କାଳେ ଅମାନିଆ

ସେଇ ଦୁଷ୍ଟ ପବନ ଟା 

ଚିଠି ଟା ମୋ ଉଡେଇ ନେବ

ନେଇଯା ତୋର ସେ ଛିଟ

ନୀଳ ଓଢ଼ଣୀ ଢାଙ୍କି

‌ପ୍ରିୟ ମୋ ରହିଛି

‌କେଉଁ ଦୂର ରାଇଜେ

ଜାଣେ ଖୋଜି ଖୋଜି

ତାକୁ ପାଇବୁ ତୁହି

ଭୁଲି ଯିବୁ ନାହିଁ

ମୋ ସୁନା ଟା ପରା

ଚିଠି ଦେବୁ ଯେମିତି ।

ବଡ଼ ସରାଗ ରେ

ଆଖି କଜଳକୁ

କଲମ କରି

ଚିଠି ଟା ଲେଖୁଛି 

ଲୁହବିନ୍ଦୁ ଟିଏ

ଝରେଇ ନାହିଁ।

ଭିଜି ଗଲେ   ଥରେ

ଜମା ହେବନି ପଢି

ନେଇ ଯିବୁ ଟିକେ

ଯତନରେ ଧରି ।

ପ୍ରିୟ ଉପରେ ଝାଡି

  ମେଘ ର ଛିଟା

ପରଖି ନେବୁ ତା

ପ୍ରେମୀ ମନ କୁ

ତା ହାତରେ ଏଇ

ଗୋଲାପୀ ଚିଠି ଟି ଦେଇ

କାନେ ମୋ କଥା କୁ

କହିବୁ ଯାଇ

ମୋ ରାଣ ଭୂଲିବୁ ନାହିଁ

ବହଳ ପ୍ରୀତି ର ରଙ୍ଗ 

ବୋଳି ଦେଇ

ତା ପାଇଁ ତୋଳିଛି

ସ୍ଵପ୍ନ ମହଲଟେ

ଗୋଲାପୀ ଚିଠି ଟା

ପାଇଲେ ସିଏ

ମୋ ପାଖକୁ ଫେରି

ଆସିବ ଥରେ

କହିବୁ ତା ବାଟ

କେତେ ଭରସା ରେ

ରହିଛି ଚାହିଁ

ଭରସା ମୋର

ଭାଙ୍ଗିବ ନାହିଁ

ବିଶ୍ୱାସ ରେ ଭରା

ହୃଦୟ ମୋର

ଭାଙ୍ଗି ଦେଇ ତାକୁ

ନ କରୁ ପର ।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Romance