STORYMIRROR

Sudipta Behera

Romance

2  

Sudipta Behera

Romance

ଚିଠି

ଚିଠି

1 min
189


ନୀଳ ଲଫାପା ରେ ଗୋଲାପି ଚିଠି

ରଖିଛି ସେଥିରେ ସ୍ମୃତି ସାଉଁଟି l

ବିଗତ ଦିନର ଅଭୁଲା ସ୍ମୃତି

ଥାଉ ତା ଭିତରେ ନ ହେଉ ଇତି l

ମନେ ଅଛି ତୁମ ସେଇ କବିତା

ଆଙ୍କି ଥିଲ ଯାହା ପ୍ରୀତି ର ଛଟା I

ପଢି ତାକୁ ରଖେ ରଖି ପୁଣି ପଢ଼େ

ଲଫାପା ଭିତରେ ମୁଦା କବିତା l

କେବେ ପଢି ହଁସେ କେବେ ପୁଣି କାନ୍ଦେ

ଅତୀତ ର ସ୍ମୃତି ତୁମ ସାଥେ ଛନ୍ଦେ l

ଯାଇଛି ଯାହା ଚାଲି ହୋଇଛି ବିଗତ

ତଥାପି ମନରେ ତୋଳେ ମିଛ ସତ l

ପାଣିରେ ଗାର କି ସତରେ ପଡେ

ସବୁଜ ପତର ଗଛ ରୁ ଝଡେ I

ଭୁଲାଣିଆ ଯେତେ କଥା କହିଲେ

ଭୁଲି କି ପାରିବି ତୁମକୁ ଭଲେ l

ଲଫାପା ରେ ଚିଠି ସେମିତି ଥାଉ

ହୃଦୟ ରେ ପ୍ରୀତି ସେମିତି ରହୁ I


Rate this content
Log in

Similar oriya poem from Romance