STORYMIRROR

Pinku Ranbida

Romance

3  

Pinku Ranbida

Romance

ଚିଠି

ଚିଠି

1 min
246


ପ୍ରଥମ ପ୍ରେମର ପ୍ରଥମ ଚିଠି

ଲେଖୁଛୁ ପ୍ରିୟା ତୁମକୁ ଚାହିଁ,

ତମେ ମୋ ମନକୁ ଚୋରେଇ ନେଲ

କେମିତି ଯେ ମୁ ଜାଣି ପାରୁ ନାହିଁ ।


ସେ ଦିନର ସେହି କଲେଜ ପାଖରେ ଦେଖା

ନଇଁ ନଇଁ ଚାଲୁଥିଲ ତମେ ମଥା,

ଦେଖି ତୁମକୁ ଲାଗିଲା ନିଜର

କେମିତି କହିବି ମୋ ମନର ବ୍ୟଥା ।


କ୍ଷଣିକ ପାଇଁ ମୁଁ ସବୁ ଭୁଲିଗଲି

ଶୁଣି ତୁମ ପାଦର ପାଉଁଜି,

ଲାଗିଲା ଯେମିତି ଇଏକି ମୋ

ସ୍ବପ୍ନ ରାଇଜର ରାଜକୁମାରୀ l


ଚାଲିରେ ତୁମ ପଦ୍ମ ଫୁଟୁଥାଏ

ହସରେ ଝରୁଥାଇ ସତେକି ମହୁ,

କୋଇଲିରୁ କଣ୍ଠ ଚୋରେଇ ଆଣିଛ

କଥା କହୁଥିଲ କୁହୁ କୁହୁ l


ଗୋରା ଗୋରା ଗାଲରେ ତୁମର

କଳା କଳା ଜାଇ ଚି଼ହ୍ନ,

ନାଲି ଓଠରେ ନାଲି ଲିବ୍'ଷ୍ଟିକ୍

ଲାଗୁଥାଅ ପୁନେଇଁ ଜହ୍ନ l


ତମ ହରିଣୀ ଆଖିକୁ ମାନୁଥାଏ ପ୍ରିୟା

କଳା କଜଳର ଗାର,

ସ୍ୱର୍ଗର ଅପସରି ଲାଗୁଥିଲ ତୁମେ

ସବୁ ଝିଅଠୁ ଅତି ସୁନ୍ଦର l


ପ୍ରଥମ ଦେଖାରେ ମନ ଦେଇଦେଲି

ଦେଖି ତମ ଗୋରା ବଦନ,

ଜୁଇ, ଜାଇ, ହେନା, ମଳି 

ମହକୁ ଥାଏ ବାସ ଚନ୍ଦନ l 


ପ୍ରଥମ ପ୍ରେମର ପ୍ରଥମ ଚିଠି

ତମ ପାଇଁ ଆଜି ଲେଖିଛି ସାଥି,

ମୋ ମନ ମନ୍ଦିରରେ ଦେବୀ ହେଇ ତୁମେ 

କରିନିଅ ସାତ ଜନମର ସାଥି ।


Rate this content
Log in

Similar oriya poem from Romance