ଚିଠି ର ପ୍ରତୀକ୍ଷାରେ
ଚିଠି ର ପ୍ରତୀକ୍ଷାରେ
କହିଥିଲ ସାଥୀ ଦେବ ବୋଲି ଚିଠି
କାହିଁ ତ ପାଇଲିି ନାହିଁ
କାହା ଠିକଣାରେ ଦେଇଥିଲ ପ୍ରିୟ
ନେଇଗଲା ଅବା କେହି ।
ସେ ଚିଠିରେ କିବା ଅକୁହା ଆବେଗ
ଦେଇଥିଲ ସବୁ ଲେଖି
ପାଇଥିଲେ ସିିନା ପଢୁଥାନ୍ତି ନିତି
ଯତନେ ସାଇତି ରଖି ।
ଦିିିନ ସରିଗଲା ରାତିି ପାହିଗଲା
ଡାକବାଲା ବାଟ ଚାହିିଁ
ଆଖିର ଲୁହରେ ପଣତ ଭିଜିିଲା
ଓଠ ଗଲା କିଛି ପିିିଇ ।
ବାତାୟନ ପାଶେ ଏବେବି ବସିିଛି
ଡାକବାଲା ବାଟ ଚାହିଁ
କେତେକେତେ ଦିନ ବିତିଗଲା ସାଥୀ
କେତେ ରାତିଗଲା ପାହିି ।