STORYMIRROR

Prabhati Mahapatra

Romance Inspirational Others

3  

Prabhati Mahapatra

Romance Inspirational Others

ଚିଠି ମୋର ଟିକି ଚଢେଇ

ଚିଠି ମୋର ଟିକି ଚଢେଇ

1 min
732



ଆ ରେ ପକ୍ଷୀ ଆ

ମୋ ଚିଠି ନେଇ ଯା

ଦୂର ରାଇଜେ ଉଡ଼ି ଯା ପକ୍ଷୀ

ମୋ କଥା ମାନି ଯା ।

ଗୋଲାପି ଚିଠି ଚଞ୍ଚୁର ଗୁନ୍ଥି

ଉଡେଇ ଦେଲି ଡେଣା

ଝଡ ଆସୁ କି ବରଷା ଆସୁ

ହୁଅନା ବାଟ ବଣା

ଆ ରେ ପକ୍ଷୀ ଆ

ବାଡି ବଗିଚା ଫଳ ଆଣିଛି

ଖାଇବୁ ମିଠା ଖଟା

ସ୍ନେହ ଗଣ୍ଠିଲି ପ୍ରିୟଙ୍କୁ ଦେଇ

କହିବୁ ଥରେ ଫିଟା ।

ଆ ରେ ପକ୍ଷୀ ଆ

ପୂରବ କାନ୍ମେ ସୂରଜ ଉଇଁ

ଉଜ୍ଜ୍ବଳ କଲେ ଧରା

କଅଁଳ ଖରା ବିଛେଇ ଦେଇ

ବାଟ ଦିଶିଲା ତୋରା ।

ଆ ରେ ପକ୍ଷୀ ଆ

ତୋ ପଥ ଚାହିଁ ବସିବି ମୁହିଁ

ଦେବୁ ରେ ଶୁଭ ବାର୍ତ୍ତା

କେବେ ଆସିବେ କହିବୁ ମୋତେ

ମୁନା କୁନାର ପିତା ।

ଆ ରେ ପକ୍ଷୀ ଆ


Rate this content
Log in