STORYMIRROR

Tapan Kumar Biswal

Tragedy Inspirational Thriller

3  

Tapan Kumar Biswal

Tragedy Inspirational Thriller

ଚିଠି ଏବଂ ତାର ବିକଳ୍ପ

ଚିଠି ଏବଂ ତାର ବିକଳ୍ପ

1 min
11.9K

ଆଜି ହଜିଯାଇଛି

ଚିଠିର ଠିକଣା

ମନେହୁଏ ଏ ନୁହେଁ ତ

ସମୟର ଛଳନା l


ଦିନଥିଲା 

ଚିଠି ଥିଲା

ସୁଖ ଦୁଃଖ

ବାଣ୍ଟୁ ଥିଲା l l


ଦୂର ସମ୍ପର୍କୀୟଙ୍କ

ଆଗମନର ବାର୍ତ୍ତା

ହେଉ ଅଥବା 

ପ୍ରିୟଜନଙ୍କ ଆଶୀର୍ବାଦ

କିନ୍ତୁ ଆଜି ଚିଠି ନିର୍ବାକ l 


ଚିଠି ଲେଖିବା ବେଳେ

ମନରେ ଉଙ୍କି ମାରି ଆଶା

କେବେ ମିଳିବ ଉତ୍ତର

ମନ ଭିତରେ ରହିଥାଏ

ଡାକବାଲା ଉପରେ ନଜର l


କିନ୍ତୁ ଯୁଗ ବଦଳିଛି

ଚିଠି ବଦଳରେ 

ମେସେଜ ଓ ମେଲ ଆସୁଛି

ସ୍ମାର୍ଟଫୋନ ର ଚାହିଦା ବଢିଛି l l


ବାସ୍ତବରେ ଚିଠିର ଚାହିଦା

କମି କମି ଯାଇଛି

ଏହାର ବିକଳ୍ପ ସ୍ଥାନ

ବିଜ୍ଞାନ ଗ୍ରହଣ କରିଛି l 


ପାଞ୍ଚ ଦିନର କାମ

ଗୋଟିଏ ମିନିଟ ରେ ହେଉଛି

ସ୍ମାର୍ଟଫୋନ ରେ ମୁହଁକୁ ଚାହିଁ

କଥା ହୋଇ ପାରୁଛି l l


ଗୋଟିଏ ଚିଠିର ସ୍ମୃତିକୁ

ସ୍ମାର୍ଟଫୋନ ଦେଇ ପାରୁନି

ପାଞ୍ଚ ମିନିଟ ର କଥା

ପାଞ୍ଚ ଘଣ୍ଟା ପରେ ମନେ ରହୁନି l


ଚିଠିରେ ନଥିଲା ସ୍ଥାନ

କପଟ ଆଉ ହିଂସାର

ସ୍ମାର୍ଟଫୋନ ରେ ଭରିଛି ସ୍ଥାନ

ଛଳନା ଆଉ ବ୍ୟକ୍ତିଗତ ସ୍ୱାର୍ଥର l l



Rate this content
Log in

Similar oriya poem from Tragedy