STORYMIRROR

Prafulla Chandra Mishra

Romance

3  

Prafulla Chandra Mishra

Romance

ଚିତ୍ରେ ଜଳଧର (ସନେଟ୍)

ଚିତ୍ରେ ଜଳଧର (ସନେଟ୍)

1 min
144


ଭସା ବାଦଲ ର ଅଲୌକିକ ଚିତ୍ର ବ୍ୟୋମେ

ଦେଖି ଅହିଭୁଜ ନୃତ୍ୟ ରତ ବନଭୂମେ

ମନେଜାଗେ ସ୍ଵପ୍ନ ସ୍ମୃତିସିକ୍ତ ପ୍ରୀତି ଧାରା

ମହ୍ଲାର ରାଗର ଗୀତେ ସ୍ଵଚ୍ଛ ବାରି ଧାରା ।।


ସୁନୀଳ ଆକାଶୁ ଧରିତ୍ରୀ ଶୁଷ୍କ ଅଙ୍ଗନେ

କ୍ଷୀରାଵ୍ଧି ରୁ ଆସି ବଳାହକ ସମୀରଣେ

ନର୍ତ୍ତନ ମୁଦ୍ରାରେ ମୌସୁମୀ ଛଇଳା ବାଳା

ଅନ୍ତରିକ୍ଷେ ମନ୍ଦ୍ରେ ଷ୍ଫୁରିତେ ହସେ ଚଞ୍ଚଳା ।।


ନିଦାଘ ର ରୌଦ୍ର ଅସହ୍ୟ ଜ୍ଵଳା ଯନ୍ତ୍ରଣା

ଅତିକ୍ରମୀ ଉର୍ବୀ ଅଭିସାରେ ଶ୍ୟାମବର୍ଣ୍ଣା

ଚିତ୍ରଭାନୁ ସ୍ନିଗ୍ଧ ଶୀତଳ କର ପରଶେ

ବାସବ କାର୍ମୁକ ରଙ୍ଗୋଲି ରଙ୍ଗେ ବିଭାସେ ।।


ବକାଳୀ ମାଳିକା ପୁରିତ ଶୂନ୍ୟ ଗଗନ

ବରଷା ବର୍ଣ୍ଣାଢ଼୍ୟ ଉତ୍ସବେ ଅବା ମଗନ ।।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Romance