STORYMIRROR

Suresh chandra Padhy

Classics

3  

Suresh chandra Padhy

Classics

ଚଇତି ମଙ୍ଗଳ ବାର

ଚଇତି ମଙ୍ଗଳ ବାର

1 min
238

ଚକତି ମଙ୍ଗଳ ବାରେ ମା ଲୋ

ପୁଜୁ ଅଛି ମୁଁ ତତେ

କୃପା କରିବୁ ମା ଅଧମ ଭାବି

ପର କରିବୁନି ମୋତେ

କେତେ ଆଶା ନେଇ ତତେ ମୁଁ ଡାକୁଛି

ତୋ ବିନା ଆଉ କେ ନିଜର ଅଛି

ଆଖିର ଲୁହରେ ପାଦ ତୋ ଧୋଇବି

ତୋ ଚରଣେ ମା ଆଶ୍ରା କରି ଥିବି

ଅଗୁର ଚନ୍ଦନ ଘୋରି ରଖି ଅଛି

ଲଗାଇ ଦେବି ମୁଁ ତତେ

କେତେ ନାମ ରେ ପୂଜା ତୁ ପାଉଛୁ

ଗ୍ରାମେ ଗ୍ରାମେ ମା ଲୋ ତୁହିତ ରହିଛୁ

ଚୈତ୍ର ମାସରେ ଯାତ୍ରାରା ତୋହର

ଭକ୍ତ ଭାବ ଦେଖି କରୁଣା କର

ନାଲି ସିନ୍ଦୁରରେ ସୁନ୍ଦର ଦିଶିବୁ

ଭକତ ଦେଖିବେ ତୋତେ ।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Classics