ଚଇତି ମଙ୍ଗଳ ବାର
ଚଇତି ମଙ୍ଗଳ ବାର
ଚକତି ମଙ୍ଗଳ ବାରେ ମା ଲୋ
ପୁଜୁ ଅଛି ମୁଁ ତତେ
କୃପା କରିବୁ ମା ଅଧମ ଭାବି
ପର କରିବୁନି ମୋତେ
କେତେ ଆଶା ନେଇ ତତେ ମୁଁ ଡାକୁଛି
ତୋ ବିନା ଆଉ କେ ନିଜର ଅଛି
ଆଖିର ଲୁହରେ ପାଦ ତୋ ଧୋଇବି
ତୋ ଚରଣେ ମା ଆଶ୍ରା କରି ଥିବି
ଅଗୁର ଚନ୍ଦନ ଘୋରି ରଖି ଅଛି
ଲଗାଇ ଦେବି ମୁଁ ତତେ
କେତେ ନାମ ରେ ପୂଜା ତୁ ପାଉଛୁ
ଗ୍ରାମେ ଗ୍ରାମେ ମା ଲୋ ତୁହିତ ରହିଛୁ
ଚୈତ୍ର ମାସରେ ଯାତ୍ରାରା ତୋହର
ଭକ୍ତ ଭାବ ଦେଖି କରୁଣା କର
ନାଲି ସିନ୍ଦୁରରେ ସୁନ୍ଦର ଦିଶିବୁ
ଭକତ ଦେଖିବେ ତୋତେ ।
