STORYMIRROR

Anjana Naik,Anju..Deogarh

Drama

4  

Anjana Naik,Anju..Deogarh

Drama

ଚ଼ିରି ଯାଇଥିବା ପୃଷ୍ଠା

ଚ଼ିରି ଯାଇଥିବା ପୃଷ୍ଠା

1 min
405


କେବେ କେବେ ମୁଁ ବାଟ ବଣା ହୋଇ 

ଛିଣ୍ଡି ଯାଇଥିବା ଅତୀତକୁ ଫେରିଚ଼ାହେଁ 

ରୋମନ୍ଥନ କରି ଦୁହିଁଙ୍କ ଅହଂକାର ହିଁ

କେବଳ ମୋ ହାତରେ ଆଜି ଧରା ପଡିଛି

ଯାହାକି ସମନ୍ୱୟ ର ଅଭାବ ଜନିତ

ଦୁର୍ଘଟଣାରେ ଦୁଇଟି ଚ଼ିହ୍ନା ମଣିଷ ଏବେ

ନିକଟରେ ଥାଇ ମଧ୍ୟ ଅପରିତିତ ମଣନ୍ତି ।। 

ଓଠରେ ହସ ଟିକକ ଦିଶୁଛି କୃତ୍ରିମ 

ସୁଖ ରେ ବି ଦୁଃଖ ଭଳି ଲାଗୁଛି ବିଷମ 

ପାଦେ ପାଦେ ଅଛି ଏଠି କଣ୍ଟାର ଦଂଶନ 

ଦୀବନଟା ଲାଗୁଅଛି ସତେ ପ୍ରହସନ ।।

ମନ ନଗରରେ କୁହୁଳି ପ୍ରାୟଶ୍ଚିତ ର ଅଶୃ

କୁହାଟ ପକେଇ ଝରଝର ବହେ ଆଉ କହେ କି

ମୋ ଜୀବନ ପଛେ ପ୍ରହସନ ହୋଇଥାନ୍ତା

ତୋର ସାହାରା ରେ ଜୀଇଁ ଥାନ୍ତି ,

ତୁ ତୋର ଦୁନିଆର ବାଦଶାହା ହୋଇଥିଲେ

ମୁଁ ନିଜକୁ ଅନାମଧେୟ ବେଗମ ଭାବିଥାନ୍ତି 

ମିଛିମିଛିକା ଘର ଘର ଖେଳରେ

ମୁଁ ପକ୍କା ଘରଣୀ ର ଅଭିନୟ କରିଥାନ୍ତି ।।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Drama