STORYMIRROR

BISWESWAR MAJHI

Tragedy

5.0  

BISWESWAR MAJHI

Tragedy

ଚିର ଶାନ୍ତ ତୁମେ ହେଲକି ପ୍ରଶାନ୍ତ

ଚିର ଶାନ୍ତ ତୁମେ ହେଲକି ପ୍ରଶାନ୍ତ

1 min
13.5K


ଉଦ୍ଦାଳକ ଋଷି ସାଧନାର ପୀଠ ଲୁଇପା ଯହିଁ ପ୍ରକାଶ

ପାଣ୍ଡବ ଯେଠାରେ ଶସ୍ତ୍ରକୁ ଲୁଚାଇ ବରିଲେ ଅଗ୍ୟାଁତ ବାସ ।

ସେହି ସମିବୃକ୍ଷ ସେହି ଦେବକୁଣ୍ଡ ନୈସର୍ଗିକ ଶୋଭା ରାଜି

ସିମିଳିପାଳର ଜୈବ ମଣ୍ଡଳ କିପରି ଦେଲ ବରଜି !!

ଚିନ୍ତାମଣି ବେହେରାଂକ ଧରୋହର ଆହେ ସାହିତ୍ୟ ସାଧକ

ବୃକକର କ୍ଷୟ ତବ ଯାତ୍ରା ପଥେ ହୋଇଲା କିବା ବାଧକ !!

ଧର୍ମପତ୍ନୀ ତବ କସ୍ତୁରବା ପରି କରିଥିଲେ ଯୋଗଦାନ

ଗୋଟିଏ ବୃକକ ଦାନେ କାଳ ଠାରୁ ଛଡ଼ାଇ ଥିଲେ ଜୀବନ ।

କଲାମଂକ ସାଥେ କି ସଂଯୋଗ ଥିଲା ତାଙ୍କ ଜନମ ଦିବସେ

ସରଗ ବାସକୁ ଆଦରିଲ ତୁମେ ତିଥି ପାଳନର ଆଶେ ।

ରଥି ମହାରଥୀ ଭରିଛନ୍ତି ଯହିଁ ସଂଯୋଜକଟିଏ ଊଣା

ସାହିତ୍ୟ ସଂସ୍କୃତ ସଂସ୍କୃତି ସୁରକ୍ଷା ହେବ କିବା ବାଟବଣା !!

ପ୍ରଶାନ୍ତ ଉଦଧି ଠାରୁ ବଳି ତବ ପ୍ରଶାନ୍ତ ମୁଖମଣ୍ଡଳ

ପ୍ରଶାନ୍ତ ବେହେରା ବିନା ଉଦଳାରେ ଥମି ଯାଇଛି କି କାଳ !!

ମୟୂରଭଞ୍ଜରୁ ବାଲେଶ୍ଵର ଯାଏ ବରପୁତ୍ର ସାହିତ୍ୟର

ପ୍ରଶାନ୍ତ ନାମଟି ସାର୍ଥକ ହେଉ ରହୁ ଚୀର ଭାସ୍ୱର ।

ଗୁଣମୁଗ୍ଧ ବିଶ୍ୱେଶ୍ୱର


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Tragedy