STORYMIRROR

Sunanda Mohanty

Abstract Classics Inspirational

3  

Sunanda Mohanty

Abstract Classics Inspirational

ଚିନ୍ତାଧାରା

ଚିନ୍ତାଧାରା

1 min
19


ବିଧ୍ୱସ୍ତ ଚିନ୍ତାଧାରାକୁ 

ପରିବର୍ତ୍ତିତ କରିବାକୁ 

ଚିମୁଟାଏ ଆଶାର ସୌଧ 

ସେ ଆଶା ଆଣିବାକୁ ।

ସେ ସୌଧ ଗଢିବାକୁ 

ଟିକିଏ ଫେନିଳ ସପନ 

ସେ ଫେନିଳ ସମୁଦ୍ରକୁ ।

ସେ ସପନ ମାଗିବାକୁ 

ଅଳପ ଦହନ ର ମନ 

ସେ ଦହନ ଶାଶ୍ୱତ ହେବାକୁ 

ସେ ମନ ଉଶ୍ୱାସ ହେବାକୁ ।

ମୁଠାଏ ସ୍ନେହ ଓ ଟିକିଏ ଭଲପାଇବା 

ସ୍ନେହ ଭଲପାଇବା ଦେବାକୁ 

ସ୍ୱତନ୍ତ୍ର ଅନାବିଳ ମନ 

ମନ ହିଁ ଆଣିଦେବ ହୃତ ସପନ ।

ହୃତ ଗୌରବ ନୀରବରେ 

ଡାକିଆଣି ସହୃଦୟତାକୁ 

ମାଗିଆଣି ନିଷ୍ପ୍ରୟୋଜନତାକୁ ।

ଶିଖିବାକୁ ପୂର୍ବସୁରୀ ପଦଚିହ୍ନ 

ଯାହା ନୁହେଁ ଅସବର୍ଣ୍ଣ ନୁହେଁ ଆସ୍ଫାଳନ 

ଖାଲି ମୁଠାଏ ପ୍ରେମ ଭରା ସମ୍ମାନ ।



Rate this content
Log in

Similar oriya poem from Abstract