Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Kananbala Das

Inspirational

4.7  

Kananbala Das

Inspirational

ଚିନ୍ମୟୀ

ଚିନ୍ମୟୀ

1 min
467



ହେମନ୍ତ ଆକାଶୁ ଝରେ ଜଳବିନ୍ଦୁ

   ସ୍ୱଚ୍ଛ ମୁକୁତା ଶିଶିର,

ଗୋଧୂଳି ନଇଁଲେ ବହିଆସେ ଧିରେ

   ମୃଦୁ ଶୀତଳ ସମୀର ।


ପ୍ରକୃତି ସଜାଏ କୁସୁମ ସମ୍ଭାର

   ତୁମ ଆଗମନ ପାଇଁ,

ପୂର୍ଣ୍ଣକୁମ୍ଭ ସାଥେ ଦୀପମାଳା ଜଳେ

    ସହାସ ସଧୀର ହୋଇ ।


କାର୍ତ୍ତିକ ର ଏଇ ଉଆଁସ ଅନ୍ଧାରେ

   ଛାତି ଚିରି ନିଶାର୍ଦ୍ଧ ରେ,

ବିରାଜିତା ହୁଅ ମୃଣ୍ମୟ ମୂର୍ତ୍ତିରେ

   ଭବ୍ୟ ପ୍ରାଣ ପ୍ରତିଷ୍ଠା ରେ ।


ଅଙ୍ଗେ ରୂପରାଗ ଝଲସି ଉଠୁଛି

   ହିରଣ୍ମୟୀ ଦିବ୍ୟ ଆଭା,

ଘଣ୍ଟ,ଝାଞ୍ଜ,ଢୋଲ ବାଦ୍ୟେପ୍ରକମ୍ପିତ

    ଗ୍ରାମରୁ ସହର ଶୋଭା ।


ଜୟ ମହାକାଳୀ ଜୟ ମହାଲକ୍ଷ୍ମୀ

    ମହା ସରସ୍ଵତୀ ରୂପେ,

ଆସ ତ୍ରିନୟନା କାଳିକା,ଚିନ୍ମୟୀ

    ବରଦ ମୁଦ୍ରାରେ ଭବେ ।


ଉତ୍କଣ୍ଠିତ ମନେ ସନ୍ତୁଷ୍ଟ ନୟନେ

    ଚାହିଁଅଛୁ ତୁମ ପଥ,

ବେନିକର ଯୋଡି କରୁଛୁ ଦୟିନୀ

   ଗୁହାରି ଶୁଣଗୋ ମାତ ।


ଅନ୍ୟାୟ, ଅନୀତି ଆତଙ୍କ,ଆଶଙ୍କା

   ସନ୍ତ୍ରସ ଏ ଜୀବନ ର,

ରାଗ,ଦ୍ଵେଷ,ହିଂସା ଅହଙ୍କାର,ଈର୍ଷା

   ତମସା କୁ ଦୂର କର ।


ବିବେକ, ଆଲୋକ ପ୍ରଜ୍ବଳିତ କର

   ଢାଳି ଆଶିଷ ର ବାରି,

ପ୍ରତିଟି ଅନ୍ତରେ ମାନବତା ଜାଗୁ

    ମନ୍ଦାକିନୀ ଆସୁ ଝରି ।            


Rate this content
Log in

Similar oriya poem from Inspirational