ଚିନ୍ହ
ଚିନ୍ହ
କବି ନିଜକୁ ଚିନ୍ହେ
ଖୁବ ବେଶୀ
ସମାଜ କୁ ଚିନ୍ହେ
କିନ୍ତୁ କବି କୁ ଚିନ୍ହେ କିଏ ?
ତାର କେଇ ଖଣ୍ଡ ବହି
ପୁରୁଣା ଡାଏରି
କିଛି ଦସ୍ତା କାଗଜ
ନିରବି ଯାଉଥିବା ଖଣ୍ଡେ କଲମ
ଆଉ ମେଞ୍ଚେ କାଳି ।
କବିଟିଏ ବଞ୍ଚେ
ଖୁବ୍ ବଞ୍ଚେ ନିଜ ଭିତରେ
ସମାଜ ଭିତରେ ,ନିଜ ପରିବାର ଭିତରେ
ଆଉ ତା' ଭିତରେ ବି
ଯାହା ପାଇଁ ଭାରି ହେଇଯାଇଥିଲା
ହାତର କଲମ
ଆଉ ଉନ୍ମୁକ୍ତ ହେଇଯାଇଥିଲା
କିଛି ପୁରୁଣା ଡାଏରି
