ଚିମୁଟାଏ ବିଶ୍ବାସ
ଚିମୁଟାଏ ବିଶ୍ବାସ
ସମୁଦ୍ର ପିଟି ହୁଏ ଛାତିରେ
ଲୋଟିଯାଏ ପାଦରେ
ଟିକିଏ ସ୍ପର୍ଶ ଚିମୁଟାଏ ଛୁଇଁବାକୁ
ପଥରରେ ବାଜି ଛିଟିକିବାକୁ
ପୁରା ଢେଉ ଶୀର୍ଷରେ ପହଞ୍ଚିବାକୁ
ପୁରା ଉପରେ ଖୁବ୍ ଉପରେ
ଆହୁରି ଅଧିକା ତା ଠାରୁ ଅଧିକାରେ
ଆଗର ଢେଉ ମନ ମାରିବସେ
କିଛି କହେନା ଅଧାରୁ ରୁଷେ
କୂଳରେ ନ ପହଞ୍ଚିବାର ଦୁଃଖର
ନ ଛୁଇଁ ପାରି ଅଧାରୁ ଫେରିଯିବାର
ଏ ଏମିତି ଉଠୁଥିବ ପିଟୁଥିବ ଫେରୁଥିବ
ଆଉ କିଛି ହେଉ ନ ହେଉ ମନରେ ରଖୁଥିବ
କିଛି ଦେବ ଛୁଇଁବ ଆଉ କିଛି ଫେରିପାଇବ
ପ୍ରେମରେ ଗୀତ ଗାଇ ପ୍ରୀତିଭରା ହେବ
ସେଇ ଆକୁଳତା ସେଇ ବ୍ୟସ୍ତତା
ସେଇ ନୀରବତା ସେ ବି ବିବ୍ରତା
ଥରରୁ ଥରେ ସେ ଭରସାର ଅତୁଟତା
ଧୋକା ଖାଇ ଯାଏ ପ୍ରେମଟା ମନର ଗହନତା
ଗନ୍ତାଘର ସେ ହୃଦବୋଧ ଏଥର ହେଲାଣି
ପ୍ରେମଟା ସହଜ ନୁହେଁ ବରଂ ମୂଲ୍ୟ ହ୍ରାସ କଲାଣି
ଯେତେଥର ସେ ଛୁଇଁବାରେ ଲାଗିଛି
ସେତେଥର ଝଟକା ଦେହକୁ ଦେଇଛି
ଆଉ ଛୁଇଁବ ନା ଅଛୁଆଁ ରହିବ
ମନକୁ ବୁଝାଉଛି ଆରଥରକୁ ବି ଭଲପାଇବ
ପାଦରେ ଚାଲି ଚାଲି ଆସିବ
ନୀରବରେ ଅଲତାଗାର ଲଗାଇବ
କିଛି ବୁଝିବ କିଛି ଏଥର ଶୁଣିବ
ସାଥିରେ ରହି ହସିକି ସହିବ
ଏତିକି ସହିବାକୁ ବି କିନ୍ତୁ ବିଶ୍ବସ୍ତ ରହିବ
ଏମିତିରେ ଆସିବ ଯିବଟା ବ୍ୟର୍ଥ ନ ହେବ