ଅତରଭରା ତୁମ ଗୋଲାପି ଚିଠି
ଅତରଭରା ତୁମ ଗୋଲାପି ଚିଠି
ମୁଁ ସାଇତିଛି ଏଯାଏଁ ତୁମର
ଗୋଲାପି କାଗଜରେ ଚିଠିଟି ଲେଖାର
ଭୂରି ଭୂରି ବାସନାଭରା ପ୍ରେମର
ଆଉ ତା ଉପରେ ଛିଟିକା ଅତର
ବେଶୀ ନୁହେଁ ତୁମ ଦୁଇ ଚାରଟି ପଦର
ଦେଇନି ମୁଁ ଏବେବି ତାର ଉତ୍ତର
ରଖିଛି ସାଇତି ମୟୂରଚୂଳ ବହି ପୃଷ୍ଠାର
ଆଉ ଚିରି ପାରିନି ତା ଏପର୍ଯ୍ୟନ୍ତ ସତର
ଧୂସରିଆ ଧୂଆଁ ଅକ୍ଷର ସବୁ ଝାପସା ହେଲାଣି
ତଥାପି ମନ ହାତ ଯାଉନି ଚିରିବା ପାଇଁ

