ପ୍ରେମର ମାତ୍ରାରେ କମ ବେଶୀ
ପ୍ରେମର ମାତ୍ରାରେ କମ ବେଶୀ


ମୁଁ ପ୍ରେମ କରି ଭୁଲ କରିଛି
ସତରେ ମୁଁ ବୋକି ଏକାଧିକ ଭଲପାଇଛି
ସାଥି ସାଙ୍ଗ ସହ ମନ ବଚନରେ
ବନ୍ଧା ସତସତିକା ପ୍ରେମ ଡୋରରେ
ଶବ୍ଦର କୋଷ ଭାରି ଅଡୁଆରେ
ତଥାପି ରଚନା ମୋର ପ୍ରୀତି କବିତାରେ
ବନ୍ଧା ମୁଁ ପଡିଯାଇଛି
ଆଉ ଏଥିରୁ ଫିଟି ନ ପାରୁଛି
ଭଲ ପାଇବାରେ ଭୁଲ କି ରହିଲା
ଉତ୍ତର ଅପେକ୍ଷାରେ ମନଟା କାନ୍ଦିଲା
ପ୍ରୀତିର ଡୋର ସତରେ ଲାଗିଲା
କିଏ ବି ଏ ସମ୍ପର୍କର ଡୋର ନ ବୁଝିଲା
କିଛି ବେହିସାବ ଉଧାର ରହିଲା
ଏ ହିସାବ କେବେ ନ ଛିଣ୍ଡିଲା
ଆଉ କିଛି ପ୍ରୀତି ଅଯାଚିତ ଭାବ ମନର
ହୃଦୟରେ ସାଇତା ଗୁପ୍ତ କୋଣର
ସବୁକଥା କହି ଯେ ନୋହିଲା
ମାନସରେ ବିଳାପ ନୂପୁର ବାଜିଲା