STORYMIRROR

Sandhya Rani Panigrahy

Romance

3  

Sandhya Rani Panigrahy

Romance

ପ୍ରେମର ମାତ୍ରାରେ କମ ବେଶୀ

ପ୍ରେମର ମାତ୍ରାରେ କମ ବେଶୀ

1 min
233

ମୁଁ ପ୍ରେମ କରି ଭୁଲ କରିଛି

ସତରେ ମୁଁ ବୋକି ଏକାଧିକ ଭଲପାଇଛି

ସାଥି ସାଙ୍ଗ ସହ ମନ ବଚନରେ

ବନ୍ଧା ସତସତିକା ପ୍ରେମ ଡୋରରେ

ଶବ୍ଦର କୋଷ ଭାରି ଅଡୁଆରେ

ତଥାପି ରଚନା ମୋର ପ୍ରୀତି କବିତାରେ

ବନ୍ଧା ମୁଁ ପଡିଯାଇଛି

ଆଉ ଏଥିରୁ ଫିଟି ନ ପାରୁଛି

ଭଲ ପାଇବାରେ ଭୁଲ କି ରହିଲା

ଉତ୍ତର ଅପେକ୍ଷାରେ ମନଟା କାନ୍ଦିଲା

ପ୍ରୀତିର ଡୋର ସତରେ ଲାଗିଲା

କିଏ ବି ଏ ସମ୍ପର୍କର ଡୋର ନ ବୁଝିଲା

କିଛି ବେହିସାବ ଉଧାର ରହିଲା

ଏ ହିସାବ କେବେ ନ ଛିଣ୍ଡିଲା

ଆଉ କିଛି ପ୍ରୀତି ଅଯାଚିତ ଭାବ ମନର

ହୃଦୟରେ ସାଇତା ଗୁପ୍ତ କୋଣର

ସବୁକଥା କହି ଯେ ନୋହିଲା

ମାନସରେ ବିଳାପ ନୂପୁର ବାଜିଲା


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Romance