STORYMIRROR

Sandhya Rani Panigrahy

Romance

3  

Sandhya Rani Panigrahy

Romance

ଭଲପାଅ ଥରେ କହିଦିଅ

ଭଲପାଅ ଥରେ କହିଦିଅ

1 min
264

ମୁଁ ଜାଣେ ଶତକଡା ଶହେ

ଯଦିବା ତୁମେ କହିନ କେବେହେଁ

ଭଲପାଅ ବୋଲି ଏପଦଟା

ଯଦିବା କହିବାର ସୁଯୋଗଟା

ମିଳିଛି ବାରମ୍ବାର ପଲକରେ

କହିପାରିନାହଁ ଦୁର୍ଯୋଗ ବଶତଃରେ

ଏପଟେ ସେପଟର ଚାହାଣୀରେ

ପ୍ରତିଥର ଲୁଚାଇ ଦେଖିବାରେ

କିଛି ସତରେ ମାଗିବା ବାହାନାରେ

ଆଉ ପାଖରେ ବସିବାର ମୌକାରେ

ମିଛିମିଛିକା ଚିଡାରେ

ମୋ ପଛରେ ଠିଆହେବାରେ

ଆଉ ହସି ହସି ତୀକ୍ଷ୍ଣ କଟାକ୍ଷରେ

ମଜାଲାଗୁଥିଲା ଚିଡାଚିଡିରେ

କେତେ ଠାର କେତେ କଥା ମନରେ

ତଥାପି ଆଜି ଏ ଅପରାହ୍ନରେ

କିଛି ହଜିଗଲା ଭଳି ଲାଗେ

କିଛି ଲୁଚେଇଲା ପରି ଭାବେ

ନିଜର ମନର ଅନ୍ତଦ୍ୱନ୍ଦ ଭାବରେ

ଭାଷା ଓ ଭାବର ଗଭୀର ପ୍ରୀତିରେ

ଶବ୍ଦ ସବୁ ଯାବୁଡି ଧରେ

ଅଣନିଃଶ୍ବାସୀ ଲାଗେ ଛାତିରେ

କୋରି ହୋଇଯାଏ ମନଟା

ହୃଦୟରେ ସାଇତା ବିଳାପଟା

କୋହ ସବୁ ଶୂନ୍ଯ ହୁଏ

ଆଉ ଚୁପଚାପ ଲୁହଧାରେ ବହିଯାଏ

କିଛି କହିବା ପୂର୍ବରୁ

କିଛି ଜାଣିବାକୁ ଚାହିଁବାରୁ

ଆଉ ସତରେ ଏତେ ଉର୍ମିମାଳା କାହିଁକି

ସତରେ କହିଦିଅ ଥରେ ମୋତେ ଭଲପାଅ କି ।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Romance