STORYMIRROR

Anuja Behera

Romance Others

3  

Anuja Behera

Romance Others

ଚିଲିକା

ଚିଲିକା

1 min
303


କୋମଳ ମଳୟେ ତରଙ୍ଗ ବଳୟେ 

ଢେଉ ଖେଳେ ବକ୍ଷ ଜଳେ

କୁଳୁ କୁଳୁ ନାଦ ଝଙ୍କାର ଶବଦ

ଶୁଭେ ଚିଲିକାର କୁଳେ    ।।


ଝିଲ୍ଲୀ ମିଲ୍ଲୀ ନିର ଚହଟେ ସୁନ୍ଦର 

ପୂର୍ଣ୍ଣିମା ଚାନ୍ଦକୁ ଦେଖି

ସୃଷ୍ଟି ସୁସଜ୍ଜିତ କରେ ବିମୋହିତ

ଲାଖି ରହିଯାଏ ଆଖି     ।।


କରିଛି ଧାରଣ ତା ଚତ୍ରୁବରଣ

ଶୀତଳ ସୁଷମା ଶୋଭା

ଦୂର ଦିଗାନ୍ତର ମେଘର ମଲ୍ହାର

ସଜାଏ ଚିଲିକା ଗଭା     ।।


ଗଗନ ପ୍ରଭାତେ ସାତ ରଙ୍ଗ ଭାସେ

ବିହଙ୍ଗ ଉଡାଣ ଛବି

କରେ ଯେ ମୋହିତ ଦୃଷ୍ଟି ଆକର୍ଷିତ

ଗିରି ସେ ପାଖର ରବି    ।।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Romance