STORYMIRROR

Sunanda Mohanty

Classics Inspirational Others

4  

Sunanda Mohanty

Classics Inspirational Others

ଚିଲିକା

ଚିଲିକା

1 min
336


ଚାରୁଚିତ୍ରପଟେ ତମେ ଶୋଭାମୟୀ 

ମହତ୍ୱାକାଂକ୍ଷୀ ତୁମେ ଗୋ ଚିଲିକା ନଈ 

ତମକୁ ଦେଖିବା ମୋହ 

କାହିଁ କେଉଁ ଆଦିମ କାଳରୁ 

ଏଯାଏଁ ଯାଇଛି ରହି 

ନୀଳରାଶି ମଧ୍ୟରେ ବଉଦ ପ୍ରତିଫଳନ 

ନୀଳରାଶିରେ ଶାଙ୍କୁଚ ଓ ଡ଼ଲଫିନ 

ସମୁଦ୍ର ସାଙ୍ଗରେ ତୁମ ମୁହାଣ 

ରାଜହଂସ ନାମେ ପ୍ରସିଦ୍ଧ ଜାଣ ।


ମନମୋହି ନିଅ ମରାଳମୟୀ 

ମାମୁଁ ଭଣଜା ପାହାଡ଼ ଦୂରୁ ଦିଶଇ 

ଗଣ୍ଡ ମଧ୍ୟରେ ଥାଇ ମାଆ କାଳିଜାଇ 

ଆର୍ଶୀବାଦ ଦିଏ ଯିବା ଆସିବା ପାଇଁ 

ଝଡ଼ର ତାଣ୍ଡବେ ତମ କୋଳେ 

କିଏ ପାରିବ ରହି 

ବେଳେବେଳେ ଅଶାନ୍ତ ଲାଗ କିମ୍ପାଇ ?


ତଥାପି ତୁମ ଶାନ୍ତ ସ୍ନିଗ୍ଧ ସ୍ୱରୂପ 

ତୁମ ସୌନ୍ଦର୍ଯ୍ୟରେ ବିମୁଗ୍ଧ ଦର୍ଶକ 

ନା ବାହେ ନାଉରୀ ମାରି ତା କାତ 

ଉଡେ ଗେଣ୍ଡାଳିଆ ସୁନ୍ଦର ଦୂର ପର୍ବତ 

ଫେନିଳ ଢେଉରେ ଅପରୂପ ତୁମସୌନ୍ଦର୍ଯ୍ୟ

ଚଢ଼େଇହଗା ପାହାଡର ମାଧୁର୍ଯ୍ୟ 

ଗୋପବନ୍ଧୁ କବିତା ଲେଖିଲେ ଦେଖିଗାମ୍ଭିର୍ଯ୍ୟ

ଆଜିବି ତମକୁ ଝୁରନ୍ତିକାହିଁ କେତେ ଆଚାର୍ଯ୍ୟ l


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Classics