STORYMIRROR

Madhabi Patel

Inspirational

3  

Madhabi Patel

Inspirational

ଚିଲିକା

ଚିଲିକା

1 min
141


ସୁଷମା ସମ୍ଭାର ଦ୍ରବ୍ୟ ଭରପୁର

ଉତ୍କଳ ଲକ୍ଷ୍ମୀ ଯିଏ ଅଳଙ୍କାର।

ନୀଳ ବୀଚିମାଳା ନିରତ ଚଞ୍ଚଳ

ଦୋଳାୟିତ ହୁଏ ଢେଉର ଉତ୍ତାଳ।

ଖଗ ଯୁଥ ଯହିଁ ଉଡି ଦଳଦଳ 

ଦିଶନ୍ତି ଧବଳ ବକାଳିକା ହାର।

ଉତ୍କଳ ଲକ୍ଷ୍ମୀଙ୍କ ହାର ତୁ ଚାଲିକା

ସୁଷମା ବର୍ଦ୍ଧିତ କରେ ବକାଳିକା।

ରମ୍ୟ କାନ୍ତି ତୋର କି ଦେବି ଉପମା

ମୋହଗ୍ରସ୍ତ ହୁଏ ଦେଖି ତୋ ସୁଷମା।

କେବେ ନୀଳ ଜଳ କେବେ ତୁ ଶ୍ୟାମଳ

ଉଦୟ ସବିତା ରଶ୍ମିରେ ମଞ୍ଜୁଳ।

ରକ୍ତବର୍ଣ୍ଣ ଦିଶେ ବର୍ଣ୍ଣବିଭା ତୋର

କନକ ଝଟକେ କେବେ ତୋର ନୀର।

ସୁନ୍ଦର ତୋ ରୂପ ଦେଖି ଦୀର୍ଘକାୟା

ଦର୍ଶକର ହୃଦେ ଢାଙ୍କେ ତୋର ମାୟା।

ଦେବୀ ବୀଣାପାଣି ସୁତ ରାଧାନାଥ

ଲେଖିଲେ ତୋ ରୂପ ଦେଇ ନିଜ ପୁଟ।

ସୌନ୍ଦର୍ଯର ତୁହି ମୂର୍ତ୍ତୀମୟୀ ରୂପ

ଯେତିକି ଦେଖିଲେ ସେତେ ଦେଉ ସୁଖ।

ତୋ ରୂପ ବିଭବ ନେବାକୁ ଚୋରାଇ

ନିରତ ଚକ୍ଷୁ ମୋ ତତେ ଦେଖୁଥାଇ।

ଶୋଭାମୟୀ ତୁହି ଉତ୍କଳ ଗୌରବ

ଭରିଅଛୁ ଦେହେ କେତେ ଯେ ବିଭବ।

ସୁନୀଳ ଜଳରେ ପର୍ବତର ଶୃଙ୍ଗ

ଦିଶୁଥାଏ ଯଥା ସ୍ନାନରତ ଗଜ।

ଋତୁ ଅନୁଯାୟୀ ବିଭିନ୍ଳ ରୂପରେ

ବିପଣୀ ତୋହର କରୁଥାଉ ସଜ।

କେତେକେତେ ତହିଁ ନୌ ଯାହାଜ ମାନ

ଶବ୍ଦାୟିତ ହୋଇ କରେ ସନ୍ତରଣ।

ଦର୍ଶକର ନିତ୍ୟ ହୁଏ କୋଳାହଳ

ଦେଶର ବାହାରୁ କେତେ ଦଳଦଳ।

ଫଟୋ ଉତ୍ତୋଳନ କରନ୍ତି ତୋହର

ତଥାପି ମେଣ୍ଟେନା ତୃଷ୍ଣା ନୟନର।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational