STORYMIRROR

Sunanda Mohanty

Inspirational

3  

Sunanda Mohanty

Inspirational

ଚିଲିକା

ଚିଲିକା

1 min
240


ଚାରୁଚିତ୍ରପଟେ ତମେ ଶୋଭାମୟୀ 

ମହତ୍ୱାକାଂକ୍ଷୀ ତୁମେ ଗୋ ଚିଲିକା ନଈ 

ତମକୁ ଦେଖିବା ମୋହ 

କାହିଁ କେଉଁ ଆଦିମ କାଳରୁ 

ଏ ଯାଏଁ ଯାଇଛି ରହି 

ନୀଳରାଶି ମଧ୍ୟରେ ବଉଦ ପ୍ରତିଫଳନ 

ନୀଳରାଶିରେ ଶାଙ୍କୁଚ ଓ ଡ଼ଲଫିନ 

ସମୁଦ୍ର ସାଙ୍ଗରେ ତୁମ ମୁହାଣ 

ରାଜହଂସ ନାମେ ପ୍ରସିଦ୍ଧ ଜାଣ 


ମନମୋହି ନିଅ ମରାଳମୟୀ 

ମାମୁଁ ଭଣଜା ପାହାଡ଼ ଦୂରୁ ଦିଶଇ 

ଗଣ୍ଡ ମଧ୍ୟରେ ଥାଇ ମାଆ କାଳିଜାଇ 

ଆର୍ଶୀବାଦ ଦିଏ ଯିବା ଆସିବା ପାଇଁ 

ଝଡ଼ର ତାଣ୍ଡବେ ତମ କୋଳେ 

କିଏ ପାରିବ ରହି !

ବେଳେବେଳେ ଅଶାନ୍ତ ଲାଗ କିମ୍ପାଇ?? 


ତଥାପି ତୁମ ଶାନ୍ତ ସ୍ନିଗ୍ଧ ସ୍ୱରୂପ 

ତୁମ ସୌନ୍ଦର୍ଯ୍ୟରେ ବିମୁଗ୍ଧ ଦର୍ଶକ 

ନା ବାହେ ନାଉରୀ ମାରି ତା କାତ 

ଉଡେ ଗେଣ୍ଡାଳିଆ ସୁନ୍ଦର ଦୂର ପର୍ବତ 

ଫେନିଳ ଢେଉରେ ଅପରୂପ ତୁମସୌନ୍ଦର୍ଯ୍ୟ

ଚଢ଼େଇହଗା ପାହାଡର ମାଧୁର୍ଯ୍ୟ 


ଗୋପବନ୍ଧୁ କବିତା ଲେଖିଲେ ଦେଖି ଗାମ୍ଭିର୍ଯ୍ୟ

ଆଜିବି ତମକୁ ଝୁରନ୍ତି କାହିଁ କେତେ ଆଚାର୍ଯ୍ୟ l

ଦେଖି ବିସ୍ମିତ ତୁମ ସୌନ୍ଦର୍ଯ୍ୟ କାରୁକାର୍ଯ୍ୟ 

ତୁମେ ଗତିଶୀଳ ରହିବା ଅତ୍ୟନ୍ତ ଅନିବାର୍ଯ୍ୟ 

ତୁମ ରକ୍ଷଣାବେକ୍ଷଣରେ ସଦିଚ୍ଛା ଅପରିହାର୍ଯ୍ୟ 

ମରାଳମୟୀ ଚିଲିକାଗୋ ଅତୀବ ସୌନ୍ଦର୍ଯ୍ୟ 

ଦେଖି ସର୍ବେ ବିସ୍ମିତ ଓ ଆଶ୍ଚର୍ଯ୍ୟ 

ସପ୍ତାଶ୍ଚର୍ଯ୍ୟ ଭିତରୁ ତୁମ ଅତୀବ ମୁଗ୍ଧ ସୌନ୍ଦର୍ଯ୍ୟ 

ଦେଖିଲେ ତୁମକୁ ଲାଗେ ଏତିକି ମୁଗ୍ଧ 

ଗୋପବନ୍ଧୁ ଆଦି କେତେ କାଳଜୟୀ କବି 

ତୁମ ଶୋଭା ଚିତ୍ରପଟ ଛାୟା ଛବି 

ଏବେ ବି ଦେଖି ଲେଖନ୍ତି ଅନେକରେ ଏକ ମୁଁ କବି l


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational