STORYMIRROR

Madhabi Patel

Inspirational

3  

Madhabi Patel

Inspirational

ଚିଲିକା ଦର୍ଶନ

ଚିଲିକା ଦର୍ଶନ

1 min
183

ଉତ୍କଳ ଲକ୍ଷ୍ମୀଙ୍କ ବିଳାସର ସରୋବର

ମରାଳ ଧଡିରେ ଶୋଭା ଚିଲିକା ଅଞ୍ଚଳ।

ସୌନ୍ଦର୍ଯ୍ୟର ଅଦ୍ବିତୀୟ ରୂପର ସମ୍ଭାର

ଉତ୍କଳ ଭୂବନେ ନାହିଁ କେହି ପଟ୍ଟାନ୍ତର।

କବି ଭାବୁକର ମନ ହୁଏ ଉତ୍ତଫୁଲ୍ଲ

ଦିଗନ୍ତ ବିସ୍ତାରୀ ତୋର ଦେଖି ନୀଳ ଜଳ।

ପ୍ରଶନ୍ନ ବଦନୀ ଦିବ୍ୟ ଉଜ୍ବଳ ବରନା।

ମୁକୁର ଭାବି ଦେଖନ୍ତି ମୁଖ ଦିଗଙ୍ଗନା।

ନୀଳ ଅଙ୍ଗ ଦେହେ ଠାଏ ଠାଏ ନଳବଣ

ଶୈଳ, ଦ୍ୱୀପ ମାନେ କରୁଥାନ୍ତି ସନ୍ତରଣ।

ପକ୍ଷଚ୍ଛେଦ ଡରେ କିବା ଆସିଣ ଶଇଳ

ଆଶ୍ରୟ ନେଇଛି ଦେଖି ତୋ ଗଭୀର ଜଳ।

ଧବଳ ଚଢେଇଗୁହା ଜଳରୁ ଉଦ୍ଗତ

ଦିଶେ ନୀର ଭେଦି କିବା ଉଠେ ଐରାବତ।

କାଳିଜାଇ ଦେଉଳ କିରୀଟୀ ଦୃଶ୍ୟମାନ

ମରକତ ସେତୁ ସମ ଔଜଲ୍ୟରେ ପୂର୍ଣ୍ଣ।

ପର୍ବତ ଶିଖରୀ ଦେହେ କାଙ୍କଣର ଫଳ

ତରୀ ପୂର୍ଣ୍ଣ କରି ଆଣିଥାନ୍ତି ଯେ ଧୀବର।

ପ୍ରେରିତ କରନ୍ତି ଲକ୍ଷ୍ମୀଙ୍କର ପାକଶାଳେ

ଦେବ ଭୋଗ୍ୟ ଖାଦ୍ୟ ବୋଲି ଜାଣନ୍ତି ସକଳେ।

ସ୍ଥାନେ ସ୍ଥାନେ ଜଳ ଭେଦି ପୁରିଛି ସୈକେତ

ଶରତ ଆକାଶେ ଲାଗେ ଯେହ୍ନେ ଛାୟାପଥ।

ତାରା ପୁଞ୍ଜେ ଶୋଭାଦିଶେ ଯେମନ୍ତ ଗଗନ

ଶୁଭ୍ର ଅଭ୍ର ସମ ଦିଶେ ଚିଲିକା ପୁଳିନ।

ତୋ ଶୋଭାରାଶିକୁ ନେଇ ଶୋରିଷ ପ୍ରମାଣ

ଚିତ୍ରିତ କରିଲି ଏଇ ଚିଲିକା ଦର୍ଶନ।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational