STORYMIRROR

ଓଡ଼ିଆ ଗଳ୍ପ ଓ କବିତା - ୨

Classics

2  

ଓଡ଼ିଆ ଗଳ୍ପ ଓ କବିତା - ୨

Classics

ଚୀନା ବାବା ଓ ବରଗଛ

ଚୀନା ବାବା ଓ ବରଗଛ

1 min
14K


କେଦାର ନାଥ ସିଂହ

ପତ୍ର ପରି ଗପୁଡ଼ି

ଦଳ ପରି ଚୁପ୍

ବାଙ୍ଗରା ଚୀନା ଭିକ୍ଷୁଟିଏ ସେ

ଲୋକେ କହନ୍ତି ଚୀନା ବାବା


କାହାକୁ ଜଣା ନାହିଁ

ସେ କେବେ ଅଇଲେ

ରାମାଭାର ସ୍ତୂପକୁ

ଜାଣିବା ବି ଜରୁରୀ ନ ଥିଲା

ତାଙ୍କ ପାଇଁ ଏତିକି ହିଁ ଢେର

ସ୍ତୂପ ଉପରେ ଠିଆ

ଛନକା ବରଗଛ, ତହିଁରେ

ଚଢେଇଙ୍କ ଚେଁ ଚାଁ

ବରଡାଳରେ ମଞ୍ଚାଟିଏ

ଆଉ, ମଞ୍ଚା ଉପରେ ବାବା

କାହିଁ କୋଉ କାଳରୁ


ବାବା କିନ୍ତୁ ଭୁଲିନାହାନ୍ତି.....

ଗତ ଶତାବ୍ଦୀ, ପଞ୍ଚମ ଦଶକର

କେଉଁ ଏକ ଦିନରେ ଡାକବାଜିରୁ

ଭାସିଆସିଥିବା ସେଇ ଆୱାଜ୍

‘ଭାଇ ଓ ଭଉଣୀ,

ପ୍ରଧାନମନ୍ତ୍ରୀ ଆସୁଛନ୍ତି , ଦେଖିବେ ସ୍ତୂପ’


ପ୍ରଧାନମନ୍ତ୍ରୀ !

କୁରୁଳି ଉଠିଲେ ଲୋକେ

ଯେମିତି ସକାଳୁ ସକାଳୁ

କ’ଣ ଗୋଟେ ଅପୂର୍ବ ମିଳିଗଲା

ହେଲେ, ବିଡମ୍ବନା ଏଇ ଯେ

ଲୋକେ କେବଳ ନେହରୁଙ୍କୁ ହିଁ

ଜାଣିଥିଲେ, ପ୍ରଧାନମନ୍ତ୍ରୀଙ୍କୁ ନୁହେଁ

କୁହାଯାଏ ପ୍ରଧାନମନ୍ତ୍ରୀ ଆସିଲେ

ସ୍ତୂପ ଚାରିକଡ ବୁଲି ଦେଖିଲେ

ଦେଖିଲେ ବି ବରଗଛକୁ, ଯାହା

ଉଭା ଥିଲା ସ୍ତୂପ ଉପରେ


କିନ୍ତୁ କାହିଁକି କେଜାଣି

ଦେଖୁଦେଖୁ ଉଦାସ ହେଇଗଲେ ସେ

କୁହାଯାଏ, ଏମିତି ଉଦାସ ହେବା

ନେହରୁଙ୍କ ପ୍ରକୃତି

ଯାଉଯାଉ ଜଣେ ଅଧିକାରୀକୁ

ପାଖକୁ ଡାକି କହିଲେ

ନିରିଖେଇଦେଖ ଏ ବରଗଛକୁ

ଗଛ ଭାରରେ

ଧସିଯାଇପାରେ ସ୍ତୂପ

ଏଣୁ ଆଦେଶ ଯେ

ଦେଶ ହିତ ପାଇଁ କଟାଯାଉ ବରଗଛ

ବର୍ତ୍ତିଯାଉ ସ୍ତୂପ.....

( ଅନୁସୃଜନରେ କବିଙ୍କ ପ୍ରସିଦ୍ଧ କବିତା ‘ମଞ୍ଚ୍ ଔର ମଚାନ୍’ ର କିୟଦଂଶ...)


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Classics