STORYMIRROR

Sanjeeb Kumar Nag

Tragedy

3  

Sanjeeb Kumar Nag

Tragedy

ଚିହ୍ନା କିଏ, ଅଚିହ୍ନା କିଏ?

ଚିହ୍ନା କିଏ, ଅଚିହ୍ନା କିଏ?

1 min
264

ସମସ୍ତେ ରହିଲେ ସ୍ଵାର୍ଥପର ଏଠି

କାହାଲାଗି ଏଠି କେହି ନୁହେଁ,

ସବୁ ପ୍ରାଣୀ ଯଦି ସମାନ ଲାଗନ୍ତି

ଏଠି ଚିହ୍ନା କିଏ, ଅଚିହ୍ନା କିଏ?


ନିରୀହତା ଦେଖି ସମ୍ପର୍କୀୟ ଏଠି

ପାଶବିକ ଆଚରଣ କରେ,

ନିଜ ପର ଯଦି ସମାନ ହୁଅନ୍ତି

ଏଠି ଚିହ୍ନା କିଏ, ଅଚିହ୍ନା କିଏ?


ସମ୍ପର୍କୀୟ ଭାଇ ଅସହାୟ ଦେଖି

ଭଉଣୀର ସନମାନ ଲୁଟେ,

ଆପଣାର ପର ଆଚରଣ କଲେ

ଏଠି ଚିହ୍ନା କିଏ, ଅଚିହ୍ନା କିଏ?


ଭାବର ମହତ୍ତ୍ୱ କିଛି ନାହିଁ ଆଜି

ସମାଜର ଗତି କେଉଁଆଡ଼େ,

ମଣିଷ ମାତ୍ରକେ ସର୍ବେ ସ୍ୱାର୍ଥବାଦୀ

ଏଠି ଚିହ୍ନା କିଏ, ଅଚିହ୍ନା କିଏ?



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Tragedy