STORYMIRROR

Amit Bal

Romance Classics Inspirational

3  

Amit Bal

Romance Classics Inspirational

ଚିହ୍ନା ଚିହ୍ନା ନୀରବତା

ଚିହ୍ନା ଚିହ୍ନା ନୀରବତା

1 min
209

ଚିହ୍ନା ଚିହ୍ନା ନୀରବତା ଭିତରେ

ବେଳେ ବେଳେ ମୋର ବି ଭାରି ଇଚ୍ଛା ହୁଏ

ନଦୀ ପରି ବହୁ ଦୂରକୁ ବୋହି ଯିବା ପାଇଁ

ସାଗରରେ ମିଶି ଯାଆନ୍ତି ଆକାଶକୁ ଚାହିଁ ;


ନଥାନ୍ତା ମୋ ଜୀବନେ ସୀମା ପୂର୍ଣ୍ଣଛେଦ କମା

ମୋ ଚାରିପାଖେ ଥାଆନ୍ତା

             ପୃଥିବୀ ଯାକର ସବୁଜିମା,

ବୁଝି ପାରନ୍ତି ପାହାଡ଼ର ଅବୁଝା ସ୍ନେହକୁ

କିଚିରି ମିଚିରି ଚଢ଼େଇ ମାନଙ୍କ

                 ଆନମନା ଗୀତରେ

ଛନ୍ଦି ପଡୁନଥାନ୍ତା ଜୀବନର ସତ୍ତା

           ଲାଭ କ୍ଷତିର ତର୍ଜମା ଭିତରେ

    ଭୂତ ଭବିଷ୍ୟତର ଜଟିଳ ବୀଜଗଣିତରେ ।


ରାତ୍ରିର ଆୟୁଷ ସହ ତାଳ ଦେଇ

ମୁଁ ଧିରେ ଧିରେ ତାରା ପାଲଟି ଯାଉଥାନ୍ତି

ନିଜ ଅହଂର କଫିନ ଭିତରେ

ନିଜ ଅବାଞ୍ଛିତ ଆକାଂକ୍ଷାକୁ ନିଜେ ସଜାନ୍ତି ।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Romance