STORYMIRROR

ନାୟକ ଅକ୍ଷୟ ରାଜହସ୍ତୀ

Romance

3  

ନାୟକ ଅକ୍ଷୟ ରାଜହସ୍ତୀ

Romance

ଛୁଆଁ ଛୁଇଁ ର ବେଳ

ଛୁଆଁ ଛୁଇଁ ର ବେଳ

1 min
204

ସଞ୍ଜ ମୁହଁଟାରେ

ପୋଖରୀ ହୁଡ଼ାରେ

ଦେଖା ହେଲା ତୁମ ସହ,

ଆଉ ଥରେ 

କେବେ ହୁଅନ୍ତାନି

ମନଟା ହୁଏ ଅଥୟ l

ପାହାନ୍ତି ରାତିରେ 

ସପନରେ ଆସି

ପାଖରେ ଥିଲ ମୋ ବସି ,

ମୋ ଦୁଷ୍ଟାମୀ ଟିକେ ବଢ଼ି ଯାଇଥିଲା

ତୁମକୁ ଦେଲି ଆଉଁଷି l

ତୁମେ ହସୁଥିଲ

ମୁଁ ହସୁଥିଲି

 ଚାଖି ଛୁଆଁ ଛୁଇଁର ମଜା,

ବୋଉ ଡାକରେ ନିଦ ଭାଙ୍ଗିଗଲା

ତୁମକୁ ପଡ଼ିଲା ଖୋଜା l

ଏଇମିତି ତମେ

ସତରେ ନ ଆସ 

ସପନରେ ଆସୁ ଥାଅ,

ସପନ ଗୋପନେ 

ଛୁଆଁ ଛୁଇଁ ହେଲେ

ସାର୍ଥକ ହେବ ଏ ଦେହ l



Rate this content
Log in

Similar oriya poem from Romance