STORYMIRROR

Kalandi pal

Inspirational

3  

Kalandi pal

Inspirational

ଛତିଆ ଯିବକି

ଛତିଆ ଯିବକି

1 min
232


ଆଖି ଥାଇ ତୋତେ ନ ଦେଖିଲେ ଜଗା

      ସତେକି ଅନ୍ଧ ପରାଏ.

ଗୋଡ ଥାଇ ତୋର ଧାମ ନ ଆସିଲେ

      ସତେକି ଖଞ୍ଜ ପରାଏ.

ସତେ, ଭୈରବୀ କି ଡାକ ଦିଏ., l0l


ଆସିଲା ଅଜଣା ରୋଗ ଏ ମହୀରେ

     କଳ୍କୀ ଅବତାର ନେଇ.

କୋକୁଆ ଭୟରେ ଏ ସାରା ଜଗତେ

    ତାଟି କବାଟ ପଡଇ.

ସତ ହେବ କି ହେ ମାଲିକା ବଚନ

    ଶେଷ ଅବତାର ଇଏ. l1l


ଛତିଆ ଯିବକି ହେ ମଧୁସୂଦନ

     କଳିଯୁଗ ଶେଷ କରି

ଭକତର ସେବା, ଭକତର ଡାକ

     ଯାଉ ପାଶୋରି ପାଶୋରି.

ଭକତ ବତ୍ସଳ ବନ୍ଧନ ଛିଣ୍ଡାଇ

     ଛତିଆକୁ ମନ ହୁଏ. l2l



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational