ଛତିଆ ଯିବକି
ଛତିଆ ଯିବକି
ଆଖି ଥାଇ ତୋତେ ନ ଦେଖିଲେ ଜଗା
ସତେକି ଅନ୍ଧ ପରାଏ.
ଗୋଡ ଥାଇ ତୋର ଧାମ ନ ଆସିଲେ
ସତେକି ଖଞ୍ଜ ପରାଏ.
ସତେ, ଭୈରବୀ କି ଡାକ ଦିଏ., l0l
ଆସିଲା ଅଜଣା ରୋଗ ଏ ମହୀରେ
କଳ୍କୀ ଅବତାର ନେଇ.
କୋକୁଆ ଭୟରେ ଏ ସାରା ଜଗତେ
ତାଟି କବାଟ ପଡଇ.
ସତ ହେବ କି ହେ ମାଲିକା ବଚନ
ଶେଷ ଅବତାର ଇଏ. l1l
ଛତିଆ ଯିବକି ହେ ମଧୁସୂଦନ
କଳିଯୁଗ ଶେଷ କରି
ଭକତର ସେବା, ଭକତର ଡାକ
ଯାଉ ପାଶୋରି ପାଶୋରି.
ଭକତ ବତ୍ସଳ ବନ୍ଧନ ଛିଣ୍ଡାଇ
ଛତିଆକୁ ମନ ହୁଏ. l2l
