ଛୋଟ ଫୁଲ
ଛୋଟ ଫୁଲ
ଛୋଟ ଫୁଲଟି କାନନେ ଫୁଟି
ବିତରି ଯାଏ ବାସ
ଦିଗ ବିଦିଗ ମହକ ଛୁଟେ
ପ୍ରକାଶି ତା'ର ବେଶ।
ଛୋଟ ହେଲେ ବି ପିପିଲିକାଟି
ଅଳସ ନାହିଁ ତା'ର
ସଯତ୍ନ କରି ସଜାଇ ଦିଏ
ଖାଦ୍ୟ ଶସ୍ୟର ଭଣ୍ଡାର।
ଛୋଟ ହେଲେ ବି ମହୁମାଛି ଟି
କରିଥାଏ ମହୁ ସଂଗ୍ରହ
ଫୁଲ ସାଥିରେ ବସି ସେ ମିତ
ପାଉଥାଏ ଆଦର।
ବୁନ୍ଦା ବୁନ୍ଦା ଜଳ ମିଶିଲେ
ହୁଏ ବିରାଟ ପୁଷ୍କରିଣୀ
ଛୋଟ ଶିଶୁଟି ବଡ ହୋଇଲେ
ହୁଏ ସେ ମଥାର ମଣି।
ଛୋଟ ଛୋଟ ବାଦଲ ଖଣ୍ଡେ
ହୁଏ ମେଘର ଆସ୍ତର
କୁନି କୁନି ତାରକା ମେଳେ
ଆକାଶ ଦିଶେ କି ସୁନ୍ଦର।
ଛୋଟ ହେଲେ ବି ମହତ ଜନ
ପାଏ ସବୁଠି ଆଦର
ଛୋଟରୁ ବଡ ଯିଏ ହୋଇଛି
ଲଂଘିବ ସେ ସପ୍ତ ସାଗର।
