STORYMIRROR

Kalpana Satpathy

Classics Fantasy Inspirational

3  

Kalpana Satpathy

Classics Fantasy Inspirational

ଛୋଟ ଫୁଲ

ଛୋଟ ଫୁଲ

1 min
135

ଛୋଟ ଫୁଲଟି କାନନେ ଫୁଟି

ବିତରି ଯାଏ ବାସ

ଦିଗ ବିଦିଗ ମହକ ଛୁଟେ

ପ୍ରକାଶି ତା'ର ବେଶ।

ଛୋଟ ହେଲେ ବି ପିପିଲିକାଟି

ଅଳସ ନାହିଁ ତା'ର

ସଯତ୍ନ କରି ସଜାଇ ଦିଏ

ଖାଦ୍ୟ ଶସ୍ୟର ଭଣ୍ଡାର।

ଛୋଟ ହେଲେ ବି ମହୁମାଛି ଟି

କରିଥାଏ ମହୁ ସଂଗ୍ରହ

ଫୁଲ ସାଥିରେ ବସି ସେ ମିତ

ପାଉଥାଏ ଆଦର।

ବୁନ୍ଦା ବୁନ୍ଦା ଜଳ ମିଶିଲେ

ହୁଏ ବିରାଟ ପୁଷ୍କରିଣୀ

ଛୋଟ ଶିଶୁଟି ବଡ ହୋଇଲେ

ହୁଏ ସେ ମଥାର ମଣି।

ଛୋଟ ଛୋଟ ବାଦଲ ଖଣ୍ଡେ

ହୁଏ ମେଘର ଆସ୍ତର

କୁନି କୁନି ତାରକା ମେଳେ

ଆକାଶ ଦିଶେ କି ସୁନ୍ଦର।

ଛୋଟ ହେଲେ ବି ମହତ ଜନ

ପାଏ ସବୁଠି ଆଦର

ଛୋଟରୁ ବଡ ଯିଏ ହୋଇଛି

ଲଂଘିବ ସେ ସପ୍ତ ସାଗର।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Classics