Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

ସୁରେନ୍ଦ୍ର ମିଶ୍ର

Classics

4  

ସୁରେନ୍ଦ୍ର ମିଶ୍ର

Classics

ଛୋଟ ମୋର ଗାଁ

ଛୋଟ ମୋର ଗାଁ

1 min
230


ଛୋଟ ମୋର ଗାଁ

ସବୁଠୁ ଅଲଗା ଆମରି ଗ୍ରାମ

ସିନ୍ଧେକେଲା ଅଟେ ତାରି ନାମ,

ଗ୍ରାମର ମଝିରେ ମୋଟ ଛୋଟିଆ ଘର

ସତେକି ଯେମିତି ସରଗପୁର ।


ଦୂରରୁ ଦିଶଇ ମନ୍ଦିର ଧ୍ୱଜା

ମହାଦେବ ସେଇଠି ପାଆନ୍ତି ପୂଜା

ଗ୍ରାମର ଶେଷରେ ଜଗି ବସିଛନ୍ତି ଶିବଶଙ୍କର

ପ୍ରତ୍ୟେକ ଲୋକଙ୍କର ପ୍ରଭୁଙ୍କ 

ପ୍ରତି ଆତ୍ମବିଶ୍ବାସ ଅତିଗଭୀର ।


ବସନ୍ତ ଋତୁରେ କୋଇଲି ସ୍ଵର

ଶୁଣିବାକୁ ଲାଗେ ଅତି ମଧୁର,

ମୋ ଗାଁ ନୁହଁଇ ଏତେ ବଡ

ମନେ ପଡେ ଆଜି ତାହାରି ରୂପ, ବିସ୍ତାର

ଶୈଶବରୁ ଯେଉଁଠି ହୋଇଛି ମୁଁ ବଡ ।


ଗାଁ ର ଶେଷରେ ଧାନ କ୍ଷେତ ମୋର

ସବୁଜ ପରିବେଶ ଅତି ମନୋହର,

ପାଖରେ ଅଛି ଗାଁ ପୋଖରୀ

ପିଲା ଦିନେ ମନ ମୋର ଯାଏ ସେଇଠି ପହଁରି,

ନାନା ରଙ୍ଗ ଫୁଲ ପୋଖରୀ ପାଶେ 

ଧଳା ରଙ୍ଗର କଇଁଫୁଲ ଅପୂର୍ବ ଦିଶେ ।


Rate this content
Log in

Similar oriya poem from Classics