STORYMIRROR

Kishore Nayak

Children

3  

Kishore Nayak

Children

ଛୋଟ ମୋର ବହିଟି

ଛୋଟ ମୋର ବହିଟି

1 min
24


ଛୋଟ ମୋର ବହିଟି 

ଟିକି ଟିକି ଲେଖା ତା'ର 

ଲାଗେ ଭାରି ଆପଣାର 

କେତେ କଥା ଦିଏ ମୋତେ କହିଟି 

ଛୋଟ ମୋର ବହିଟି ll

ଶିଖାଏ ସେ କେତେ କଥା 

ଜ୍ଞାନ-ବିଜ୍ଞାନର ଗାଥା 

ଦେଶ ଦୁନିଆ ଖବର 

ତାକୁ ପଢି ପାରେ ମୁହିଁ ଜାଣିଟି 

ଛୋଟ ମୋର ବହିଟି ll

ତା'ର ସେଇ ଲେଖା ବଳେ 

ଯୋଗ୍ୟ କରି ଗଢି ତୋଳେ 

କେତେ କେତେ ମଣିଷକୁ 

ବଞ୍ଚିବାର ରାହା ଦିଏ କହିଟି 

ଛୋଟ ମୋର ବହିଟି ll

ଶିକ୍ଷା-ସ୍ୱାସ୍ଥ୍ୟ-ପରିବେଶ 

ସମାଜ-ସଂସ୍କୃତି-ଦେଶ 

କେତେ କେତେ ସଭ୍ୟତାର 

ସବୁଟିର ବାର୍ତ୍ତାବହ ଏଇଟି 

ଛୋଟ ମୋର ବହିଟି ll

ହିସାବ-ନିକାଶ କଳ 

କାରିଗରୀ କଉଶଳ

ଅସରନ୍ତି ଜ୍ଞାନ ପେଡି 

ବିଶ୍ୱ ଆଗେ ଦେଇଛି ସେ ଥୋଇଟି 

ଛୋଟ ମୋର ବହିଟି ll

ଜୀବନେ ଦେଖାଏ ପଥ 

ନିରାମୟ ଭବିଷ୍ୟତ 

ବନ୍ଧୁ ପରି ବନ୍ଧୁଟିଏ 

ତା'ପରିକା ଆଉ କେହି ନାହିଁଟି 

ଛୋଟ ମୋର ବହିଟି ll

ବଡ଼ ହେବି ତାକୁ ପଢି 

ଆକାଶରେ ଯିବି ଉଡି 

ଦକ୍ଷ ଆଉ ଯୋଗ୍ୟତାରେ 

ଦୁନିଆକୁ ଯିବି ମୁହିଁ ବଳିଟି 

ଛୋଟ ମୋର ବହିଟି ll



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Children