STORYMIRROR

Chandrasekhar Das

Children

4  

Chandrasekhar Das

Children

ଛୋଟ ହେଲେ ବି ଗୁଣ ତା ମହାନ

ଛୋଟ ହେଲେ ବି ଗୁଣ ତା ମହାନ

1 min
461

ଧାଡି ବାନ୍ଧି ଦେଖ ପିମ୍ପୁଡି ବହୁତ

ଚାଲୁଛନ୍ତି ଘର କାନ୍ଥରେ

ତାଙ୍କଠାରୁ ଆମେ ଶୃଙ୍ଖଳା ଶିଖିବା

କାର୍ଯ୍ୟହେବ ଆମ ଶାନ୍ତିରେ |


ଗୋଟିଏ ଜାଗାରେ ଅନେକ ପିମ୍ପୁଡି

ରହିଥାନ୍ତି ହୋଇ ଏକାଠି

ମିଳିମିଶି ଥିଲେ ସ୍ନେହ ପ୍ରେମ ବଢେ

ସୂଚାଇ ଦଉଛି ଏଇଠି   |


ଦିନରାତି କରେ ଖାଦ୍ୟ ଅନ୍ୱେଷଣ

ନିଜେ ଖାଇକରେ ସଂଚୟ

ପରିଶ୍ରମୀ ଆମେ ହେଲେ ତାଙ୍କଭଳି

ବଞ୍ଚିବା ହୋଇବ ନିର୍ଭୟ  |


ଏକାଠି ହୋଇକି ଖାଦ୍ୟ ଦାନାଟିକୁ

ଉଠାଇ ନିଅନ୍ତି ସହଜେ

ମଧୁର ସମ୍ପର୍କ ଏକତା ହିଁ ବଳ

ସବୁଠାରୁ ବଡ଼ ଶିକ୍ଷା ଯେ |


ବିପଦ ପଡିଲେ କାମୁଡି ଦିଅନ୍ତି

ନହେଲେ ସେ ତାଙ୍କ ବାଟରେ

ଅଯଥାରେ କାହା ସାଥିରେ ଝଗଡା

କରିବାନି ପଡି ଉପରେ  |


ପିମ୍ପୁଡି ବହୁତ ଛୋଟ ହୋଇପାରେ

ହେଲେ ଗୁଣ ତାର ମହାନ

ତାର ଗୁଣ ନେଇ ମଣିଷ ହୋଇଲେ

ଦୁନିଆ କରିବ ନମନ  |



Rate this content
Log in

Similar oriya poem from Children